FeaturedLatestSports

ବିଶ୍ୱକପ୍‌ ୨୦୨୩ରେ ସବୁଠୁ ଘାତକ ହେବ ଟିମ୍‌ ଇଣ୍ଡିଆ : ସୋଏବ ଅଖତର

ନୂଆଦିଲ୍ଲୀ (ସଂକେତ୍ ଟିଭି)ଏସିଆ କପ୍‌ ଚମ୍ପିଆନ୍‌ ହେବା ପରେ ଭାରତୀୟ ଟିମର ଦମ୍‌ଦାର ପ୍ରଦର୍ଶନକୁ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ପ୍ରଂଶସା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ବିଶ୍ବକପ୍ ରେ ଟିମ ଇଣ୍ଡିଆ ନିହାତି ଭାବେ ବିରୋଧୀ ଟିମ୍‌ ପାଇଁ ଘାତକ ସାବ୍ୟସ୍ତ ହେବ ।

ସେ କହିଛନ୍ତି ଯେ, ଏସିଆ କପ୍‌ ଫାଇନାଲରେ ଟିମ୍ ଇଣ୍ଡିଆ ଯେଉଁ ପ୍ରଦର୍ଶନ କରିଛି । ତାହା ପ୍ରଂଶସାଯୋଗ୍ୟ । ଯଦି ଏହି ଟିମ୍‌ ଆଗାମୀ ବିଶ୍ୱକପ୍‌ରେ ଖେଳିବ । ଏହାସହିତ ଏସିଆ କପ୍‌ ବିଜୟ ସହ ପୁରା ବିଶ୍ୱ କ୍ରିକେଟର ଧୁରନ୍ଦରଙ୍କୁ ଚେତାବାନୀ ବି ଦେଇଛି ଟିମ୍‌ ଇଣ୍ଡିଆ । ତେବେ ଏହି ଟିମ ନିହାତି ଭାବେ ବିରୋଧୀ ଟିମ୍‌ ପାଇଁ ଘାତକ ସାବ୍ୟସ୍ତ ହେବ ।

ସେ କହିଛନ୍ତି ଯେ ସେ ଏବେବି ଭାରତୀୟ ଟିମକୁ ବିଶ୍ୱକପ୍‌ ଫେଭରିଟ୍‌ ବୋଲି ନିଜକୁ ଦର୍ଶାଇଛନ୍ତି । ନିଜ ହୋମ ଗ୍ରାଉଣ୍ଡରେ ଟୁର୍ଣ୍ଣାମେଣ୍ଟରେ ଟିମ୍‌ କେତେ ଖତରନାକ୍‌ ହୋଇପାରେ । ଟିମ୍‌ ଇଣ୍ଡିଆ ଏସିଆ କପ୍‌ରେ ତାହାର ଟ୍ରେଲର ଦେଖାଇଛି ।

ସେହିପରି ସୋଏବ ଅଖତର ରୋହିତ ଶର୍ମାଙ୍କ କ୍ୟାପଟେନ୍ସିଂକୁ ପ୍ରଂଶସା କରିଛନ୍ତି । ରୋହିତ ଜଣେ ଅଭିଜ୍ଞ ଖେଳାଳି । ଆଇପିଏଲ୍‌ରେ ତାଙ୍କ ରେକର୍ଡ ଖୁବ୍‌ ଭଲ ରହିଛି । ତେଣୁ ତାଙ୍କର ସେହି ଅଭିଜ୍ଞତା ଟିମ୍‌ ଇଣ୍ଡିଆ ପାଇଁ ସହାୟକ ହେବ । ଏସିଆ କପ୍‌ ୨୦୨୩ରେ ଯେଉଁଭଳି ଭାବେ ଟିମ୍‌ ଇଣ୍ଡିଆର କ୍ୟାପଟେନ୍ସି ରୋହିତ ଶର୍ମା କରିଛନ୍ତି । ତାହା ପ୍ରଶଂସାଯୋଗ୍ୟ । ଗତ ଦୁଇ ବର୍ଷ ଧରି ଆମେ ଯେଉଁ ରୋହିତ ଶର୍ମାଙ୍କ କ୍ୟାପେଟନ୍‌ସିପ୍‌କୁ ଖୋଜୁଥିଲେ । ଶେଷରେ ତାହାର ଏସିଆ କପ୍‌ରେ ଫେରିଛି ।