FeaturedLatestSports

ଶ୍ରୀଲଙ୍କାକୁ ମାତ୍ ଦେଇ ଏସିଆ କପ୍ ଜିତିଲା ଭାରତ

କଲୋମ୍ବୋ (ସଂକେତ୍ ଟିଭି) କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ ଫାଇନାଲରେ ଭାରତ ଜୋରଦାର୍ ବିଜୟ ହାସଲ କରିଛି । ଭାରତ ଦଶ ଓ୍ବିକେଟ୍ ରେ ବିଜୟ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୫୦ ରନରେ ଅଲ ଆଉଟ ହୋଇଥିଲା । ଭାରତର ୩ ବୋଲର ମହମ୍ମଦର ସିରାଜ, ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଆଗରେ ସମଗ୍ର ଶ୍ରୀଲଙ୍କା ଦଳ ଆତ୍ମସମର୍ପଣ କରିଦେଇଥିଲା । ସିରାଜ ୬ଟି ଓ୍ବିକେଟ ହାସଲ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଏବଂ ବୁମରା ଗୋଟିଏ ଓ୍ବିକେଟ ନେଇଥିଲେ । ତେବେ ଏହି ସହଜ ଲକ୍ଷ୍ୟକୁ ଭାରତ ବିନା କୌଣସି ଓ୍ବିକେଟ ହରାଇ ହାସ କରିଥିଲା । ଇସାନ କିଶାନ ଏବଂ ଶୁଭମନ ଗିଲ୍ ଓପନିଂ କରିବା ପାଇଁ ଆସିଥିଲେ ।