LatestNews

ଦକ୍ଷିଣ ଓ ଉତ୍ତର-ଓଡ଼ିଶାରେ ପ୍ରବଳ ବର୍ଷା ସହ ଝଡତୋଫାନ ଆଶଙ୍କା

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ଜାରି ରହିଥିବାବେଳେ କାଲିଠାରୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବ। ଝଡ଼ ବର୍ଷା ନେଇ ଉତ୍ତର ଉପକୂଳ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କି.ମି ବେଗରେ ପବନ ବହିବ। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସହ ଝଡତୋଫାନ ହେବା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତାକାଲି ଏବଂ ୮ ତାରିଖରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ବହିବ ୪୦ ରୁ ୫୦ କିମି ବେଗରେ ପବନ ବହିବ। ଏହି ଦୁଇ ଦିନ ବିଜୁଳି ଘଡଘଡିର ଆଶଙ୍କା ରହଛି । କାରଣ ସମୁଦ୍ର ମଧ୍ୟରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଦକ୍ଷିଣ ଦିଗରୁ ଶକ୍ତିଶାଳୀ ହୋଇ ପ୍ରବାହିତ ହେବାର ସମ୍ଭାବନା ରହୁଥିବାରୁ ଏହି ସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରଭାବରେ କାଳବୈଶାଖୀର ପ୍ରକ୍ରିୟା ଆହୁରି ପ୍ରଶମିତ ହେବାର ସମ୍ଭାବନା ରହୁଛି । ଏଥି ସହିତ ସମୁଦ୍ରରେ ସୁଉଚ୍ଚ ଲହଡ଼ି ଉଠିବା ଆଶଙ୍କା ରହିଛି। ଯେଉଁଥି ପାଇଁ ଏହି ଦୁଇଦିନ ପାଇଁ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ପାଣିପାଗ କେନ୍ଦ୍ରର ସତର୍କତା ପରେ ଏସଆରସି ମଧ୍ୟ ଗଞ୍ଜାମ, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। କାଳବୈଶାଖି ମୁକାବିଲା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ଝଡବର୍ଷା ନେଇ ୮ ତାରିଖରେ ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।