FeaturedLatestNewsPolitics

ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ସିଂ ତୋମର୍ ଏନେଇ ସୂଚନା ଦେଇଛନ୍ତି । ଏଣେ ୮ ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାୟଗଡ଼ା ଆସି ନିର୍ବାଚନ ପ୍ରଚାର କରିବେ। ଅମିତ ଶାହଙ୍କ କାର୍ଯ୍ୟସୂଚୀ ସ୍ଥିର ହୋଇନଥିବା ବେଳେ ରାଜନାଥ ସିଂ ରାୟଗଡା ଆସିବା ପାଇଁ ସ୍ଥିର କରାଯାଇଛି ।

ଆସନ୍ତାକାଲି ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଏବଂ ନବରଙ୍ଗପୁରରେ କରିବେ ମାରାଥନ ପ୍ରଚାର କରିବେ । 8 ତାରିଖରେ ରାଜନାଥ ସିଂ ରାୟଗଡାରେ ପ୍ରଚାର କରିବେ । ଆସନ୍ତା ସପ୍ତାହରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2 ଦିନିଆ ଓଡ଼ିଶା ଗସ୍ତରେ ଆସି ୧୦ ତାରିଖ ଦିନ ଭୁବନେଶ୍ୱରରେ ରୋଡ ଶୋ କରିବେ । 11 ତାରିଖ ଦିନ ବଲାଙ୍ଗୀର ସାଧାରଣ ସଭାରେ ଯୋଗଦେବେ । ଗତ ଫେବୃଆରୀ ମାସରେ ଓଡ଼ିଶା ଗସ୍ତରେ ଆସି ବାରିପଦାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।