FeaturedLatestNewsPolitics

ଆଉ ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର (ସଂକେତ ଟିଭି): କଂଗ୍ରେସ ଆଜି ଆଉ ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଜଳେଶ୍ବର, ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ପ୍ରାର୍ଥୀ ବଦଳିଛନ୍ତି। ଜଳେଶ୍ଵରରୁ ଦେବୀପ୍ରସନ୍ନ ଚାନ୍ଦଙ୍କ ସ୍ଥାନରେ ସୁଦର୍ଶନ ଦାସଙ୍କୁ ଦଳ ଟିକେଟ୍ ଦେଇଛି । ଏଣେ ବରୀରେ ଆରତୀ ଦେଓଙ୍କ ସ୍ଥାନରେ କଂଗ୍ରେସ ଦେବାଶିଷ ନାୟକଙ୍କୁ ଟିକେଟ୍ ଦେଇଛି । ଠିକ୍ ସେହିପରି ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ପ୍ରାର୍ଥୀ କରାଯାଇଥିବା ବେଳେ ଆଠଗଡ଼ରେ ସୁଦର୍ଶନ ସାହୁ ଓ ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ନୀଳଗିରିରେ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

ନୀଳଗିରି – ଅକ୍ଷୟ ଆଚାର୍ଯ୍ୟ
ଜଳେଶ୍ବର- ସୁଦର୍ଶନ ଦାସ(ଦେବୀ ପ୍ରସନ୍ନ ଚାନ୍ଦଙ୍କ ଟିକେଟ କଟିଲା)
ବରୀ- ଦେବାଶିଷ ନାୟକ(ଆରତୀ ଦେଓଙ୍କ ଟିକେଟ କଟିଲା)
ଆଠମଲ୍ଲିକ- ହିମାଂଶୁ ଚାଉଳିଆ(ବିଜୟାନନ୍ଦ ଚାଉଳିଆଙ୍କ ଟିକେଟ କଟିଲା)
ଆଠଗଡ଼- ସୁଦର୍ଶନ ସାହୁ(ମେହବୁବ ଅହମ୍ମଦ ଖାନ୍‌ଙ୍କ ଟିକେଟ କଟିଲା)
ପୁରୀ- ଉମାବଲ୍ଲଭ ରଥ(ସୁଜିତ ମହାପାତ୍ରଙ୍କ ଟିକେଟ କଟିଲା)