FeaturedGeneralLatestPolitics

ଓଡ଼ିଶା ପାଇଁ କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ବର (ସଂକେତ ଟିଭି) : କଂଗ୍ରେସ ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି। ତାଲିକାରେ ସୋନିଆ, ରାହୁଲ, ପ୍ରିୟଙ୍କା, ଖାର୍ଗେ, ରେବନ୍ତ ରେଡ୍ଡୀ, ଭୂପେଶ ବଘେଲ, ସଚିନ ପାଇଲଟଙ୍କ ଭଳି ନାଁ ତାଲିକାରେ ରହିଛି।

ଓଡ଼ିଶା ପାଇଁ ଘୋଷଣା ହୋଇଥିବା ୪୦ ଷ୍ଟାର ପ୍ରଚାରକ ତାଲିକାରେ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପିୟଙ୍କା ଗାନ୍ଧୀ, ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ନରସିଂହ ମିଶ୍ର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସଚିନ ପାଇଲଟ ଓ ଅଳକା ଲମ୍ବା ରହିଛନ୍ତି।