FeaturedLatestNewsPolitics

୭ ଲକ୍ଷ କୋଟି ଟଙ୍କା ଖାଇଗଲେ ନବୀନଙ୍କ ବାବୁଭାୟା : ଅମିତ୍ ଶାହା

ଭଦ୍ରକ (ସଂକେତ ଟିଭି) : ଓଡ଼ିଶାର ବିକାଶ ପାଇଁ ମୋଦୀ ୭ ଲକ୍ଷ କୋଟି ଦେଇଛନ୍ତି। ନବୀନ ବାବୁଙ୍କ ବାବୁଭାୟା ଏହି ୭ ଲକ୍ଷ କୋଟି ଖାଇଗଲେ। ଭଦ୍ରକ ଜିଲା ଚାନ୍ଦବାଲିରେ ବିଶାଳ ନିର୍ବାଚନ ରାଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହା କହିଛନ୍ତି।

ସେ କହିଛନ୍ତି, ଓଡ଼ିଶା ଦେଶର ଅନ୍ୟତମ ସମୃଦ୍ଧ ପ୍ରଦେଶ। ରାଜ୍ୟ ଖଣିଜ ସଂପଦରେ ଭରପୂର। କିନ୍ତୁ ନବୀନ ବାବୁଙ୍କ ପାଇଁ ଓଡ଼ିଶା ଲୋକ ଗରିବ ହୋଇ ରହିଛନ୍ତି। ଓଡ଼ିଶାର ଯୁବବର୍ଗ ପେଟ ପୋଷିବାକୁ ବାହାରକୁ ଯାଉଛନ୍ତି। ଓଡ଼ିଆ ଲୋକ ନବୀନ ବାବୁଙ୍କୁ ସହିଗଲେ, ଏ ତାମିଲ ବାବୁକୁ ସହିବେନି। ଓଡ଼ିଶା ଲୋକ ଏଥର ନିଜ ମାଟିର ସନ୍ତାନକୁ ମୁଖ୍ୟମନ୍ତ୍ରୀ କରିବେ।

ସେ କହିଛନ୍ତି, ଓଡ଼ିଶାରେ ୭୫ରୁ ଅଧିକ ସିଟ ଜିତି ଡବଲ ଇଂଜିନ ସରକାର କରିବ ଭାଜପା। ୪ ଜୁନ୍‌ରେ ରେଜଲ୍ଟ ଆସିବ, ନବୀନ ବାବୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବନିଯିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଭକ୍ତ ହିଁ ହେବ। ୨୫ ବର୍ଷ ପରେ ଓଡ଼ିଶାକୁ ଓଡ଼ିଆ ଲେଖାପଢ଼ା ମୁଖ୍ୟମନ୍ତ୍ରୀ ମିଳିବ। ଓଡ଼ିଶାରେ ବିଜେପି ସରକାର ଆସିଲେ ୪ ମାସ ଭିତରେ ଭଦ୍ରକରେ ମେଡିକାଲ୍ କଲେଜ୍ ହେବ ଓ ୬ ମାସରେ ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବ।

ଶାହା ଆହୁରି ମଧ୍ୟ କହିଛନ୍ତି, ଏ ନିର୍ବାଚନ ଓଡ଼ିଆ ଅସ୍ମିତା, ଭାଷା, କଳା, ସ୍ବାଭିମାନର ନିର୍ବାଚନ। ଜଣେ ତାମିଲବାବୁ ପରଦା ପଛରେ ରହି ଶାସନ କରିବେ କି? ଭାଜପାକୁ ଭୋଟ ଦିଅନ୍ତୁ, ଆପଣଙ୍କ ଜନସେବକ ଏଠି ଶାସନ କରିବେ। ୬ ପର୍ଯ୍ୟାୟ ସରିଲାଣି, ୫ ପର୍ଯ୍ୟାୟ ରିପୋର୍ଟ ଅଛି । ୫ ପର୍ଯ୍ୟାୟରେ ମୋଦିଜୀ ୩୧୦ ସିଟ ଜିତି ସାରିଲେଣି ସପ୍ତମ ପର୍ଯ୍ୟାୟ ଶେଷ ସୁଦ୍ଧା ୪୦୦ ପାର୍‌ କରିବାକୁ ପଡ଼ିବ। ଓଡ଼ିଶାରେ ବି ମୋଦିଙ୍କ ସରକାର ବନାଇବାକୁ ପଡ଼ିବ।