CrimeFeaturedLatestNews

୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଝାରସୁଗୁଡ଼ା (ସଂକେତ ଟିଭି) : ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର । ସେ ଜଣେ ଠିକାଦାରଙ୍କଠାରୁ ବିଲ୍ ପାସ୍ କରିବା ପାଇ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ପୂର୍ବ ଯୋଜନା ଅନୁସାରେ ଠିକାଦାର ଜଣଙ୍କ ରଙ୍ଗ ବୋଳା ଟଙ୍କା ଧରାଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀ ତାଙ୍କୁ ମାଡ଼ି ବସିଥିଲେ। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ରବୀନ୍ଦ୍ର ପାତ୍ରଙ୍କୁ ଅଟକ ରଖିଥିବା ବେଳେ ତାଙ୍କ ନିକଟରୁ ରଙ୍ଗ ବୋଳା ଟଙ୍କା ଜବତ କରିଛି। ଏହି ଘଟଣା ପରେ ରବୀନ୍ଦ୍ର ପାତ୍ରଙ୍କ କାର୍ଯ୍ୟାଳୟ ସମେତ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ଆରମ୍ଭ କରିଛି।