BusinessFeaturedGeneralLatest

ପଡିଲା ଷ୍ଟକବଜାର, ନିବେଶକ ହରାଇଲେ ୨ ଲକ୍ଷ କୋଟି

ମୁମ୍ବାଇ (ସଂକେତ ଟିଭି) : ଷ୍ଟକବଜାରରେ ଆଜି ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ଆଜିର ଦିନରେ ନିବେଶକମାନେ ପ୍ରାୟ ୨ ଲକ୍ଷ କୋଟି ହରାଇଛନ୍ତି । ବିଏସଇ ସେନସେକ୍ସ ୭୩୩ ପଏଣ୍ଟ ହ୍ରାସ ପାଇ ୭୩,୮୭୮ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟି ୧୯୧ ପଏଣ୍ଟ ହ୍ରାସ ପାଇ ୨୨,୪୫୬ ପଏଣ୍ଟରେ ବନ୍ଦ ହୋଇଛି ।

ଆଜି ସକାଳେ ଉଭୟ ସେନସେକ୍ସ ଓ ନିଫଟି ଉଲ୍ଲେଖନୀୟ ବୃଦ୍ଧି ସହ କାରବାର ଆରମ୍ଭ କରିଥିଲେ । ଏହା ସହ ସେନ୍ସେକ୍ସ ପ୍ରାରମ୍ଭିକ କାରବାରରେ ଦ୍ରୁତ ବୃଦ୍ଧି ସହ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ନିଫ୍ଟି ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା । ଶୁକ୍ରବାର ପ୍ରାରମ୍ଭିକ କାରବାରରେ ସେନସେକ୍ସ ୪୭୦.୯୨ ପଏଣ୍ଟ ବୃଦ୍ଧି ପାଇ ୭୫,୦୮୨.୦୩ ପଏଣ୍ଟରେ ପହଞ୍ଚିଥିଲା, ସେହିପରି ନିଫ୍ଟି ୧୪୫ ପଏଣ୍ଟ ବୃଦ୍ଧି ପାଇ ୨୨,୭୯୪.୭୦ ପଏଣ୍ଟର ରେକର୍ଡ ସ୍ତରରେ ପହଞ୍ଚିଥିଲା ।