FeaturedLatestSports

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ (ସଂକେତ ଟିଭି) : ଆଇସିସି ପକ୍ଷରୁ ଶୁକ୍ରବାର ଟେଷ୍ଟ, ଦିନିକିଆ ଓ ଟି-୨୦ ମାନ୍ୟତା ପ୍ରକାଶ ପାଇଛି । ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି।

ଅଷ୍ଟ୍ରେଲିଆ ଏବେ ୧୨୪ ରେଟିଂ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି। ଭାରତ ୧୨୦ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ୧୦୫ ରେଟିଂ ସହ ତୃତୀୟ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା ୧୦୩ ପଏଣ୍ଟ ସହ ଏହି ତାଲିକାର ଚତୁର୍ଥ ଦଳ। ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ନଭେମ୍ବରରେ ମାସରେ ଟେଷ୍ଟ ମ୍ୟାଚ୍ ଖେଳିବେ, ଯେତେବେଳେ ଉଭୁ ଟିମ୍ ପର୍ଥରେ ମୁହାଁମୁହିଁ ହେବେ।

ଦିନିକିଆ ମାନ୍ୟତାରେ ଭାରତ (୧୨୨) ପଏଣ୍ଟ ସହିତ ଅଷ୍ଟ୍ରେଲିଆ (୧୧୬) ଠାରୁ ଆଗରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଛି ଏବଂ ଅଷ୍ଟ୍ରେଲିଆଠାରୁ ମାତ୍ର ଚାରି ପଏଣ୍ଟ ପଛରେ ରହିଛି। ପାକିସ୍ତାନ (୧୦୬) ଏବଂ ନ୍ୟୁଜିଲ୍ୟାଣ୍ଡ (୧୦୧) ଶ୍ରେଷ୍ଠ ପାଞ୍ଚଟି ସ୍ଥାନ ଅଧିକାର କରିଛନ୍ତି।

ଭାରତ ୨୬୪ ପଏଣ୍ଟ ସହ ଟି-ଟ୍ୱେଣ୍ଟିରେ ଏକନମ୍ବର ସ୍ଥାନରେ ଥିବାବେଳେ ଅଷ୍ଟ୍ରେଲିଆ (୨୫୭) ପଏଣ୍ଟକୁ ସହିତ ଦ୍ୱିତୀୟ ସ୍ଥାନରେ ରହିଛି।