FeaturedLatestNewsPolitics

ବିଜେଡି ଜିତିଲେ ନବୀନ ନୁହଁ, ପାଣ୍ଡୁଜି ହେବେ ମୁଖ୍ୟମନ୍ତ୍ରୀ : ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର (ସଂକେତ ଟିଭି) : ଆପଣ ଯଦି ବିଜେଡିକୁ ଭୋଟ ଦେଉଛନ୍ତି, ଜାଣନ୍ତୁ ନବୀନ ମୁଖ୍ୟମନ୍ତ୍ରୀ ହେବେନି। ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ। ବିଜେପି ପ୍ରାର୍ଥୀ ତଥା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଢଙ୍ଗୀ ଏହା କହିଛନ୍ତି । ସେ କହିଛନ୍ତି, ବିଜେଡି ଆଉ ବିଜୁ ଜନତା ଦଳ ହୋଇ ରହି ନାହିଁ। ତାହା ଏବେ ପାଣ୍ଡୁ ଜନତା ଦଳ।

ସେ କହିଛନ୍ତି, ପାଣ୍ଡୁଜୀ ମୁଁ କହୁନି, ଲୋକ ମାନେ କହୁଛନ୍ତି। ଓଡ଼ିଶାବାସୀ ଏବେ ସୁସ୍ଥ, ଯୁବ ଓ ଅସ୍ମିତା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। ଏଥର ସକ୍ରିୟ ଶାସନ ବ୍ୟବସ୍ଥା, ଗରିବ ଓ ଯୁବ ବିକାଶ ମୁଖ୍ୟମନ୍ତ୍ରୀ ଦରକାର।