CulturalFeaturedLatest

ବୁର୍ଜ ଖଲିପାକୁ ଘେରିବ ରିଙ୍ଗ

ଦୁବାଇ : (ସଂକେତ୍ ଟିଭି) ଦୁନିଆରେ ନିଜ ଉଚ୍ଚତା ପାଇଁ ପରିଚିତ ବୁର୍ଜ ଖଲିପା ବର୍ତ୍ତମାନ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ । ଜେନେରା ସ୍ପେକ ନାମକ ଏକ ନିର୍ମାଣକାରୀ ସଂସ୍ଥା ବୁର୍ଜ ଖଲିପା ନିମନ୍ତେ ଏକ ନୂତନ ଡିଜାଇନ ପ୍ରସ୍ତୁତ କରିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଯୋଜନା ଅନୁସାରେ ଏହି ସଂସ୍ଥା ଏକ ୫୫୦ ମିଟର ଉଚ୍ଚତାର ରିଙ୍ଗ ପ୍ରସ୍ତୁତ କରିବ, ଯାହା ବୁର୍ଜ ଖଲିପାକୁ ଘେରି ରହିବ । ଏହା ଫଳରେ ବୁର୍ଜ ଖଲିପାରେ ଅନେକ ପରିବର୍ତ୍ତନ ହୋଇପାରିବ । ଏହି ରିଙ୍ଗଟି ବେଶ୍‌ ଉପଯୋଗୀ ହୋଇଥିବା ବେଳେ ସ୍ଥାୟୀ ମଧ୍ୟ । ଏନେଇ କମ୍ପାନୀ ପକ୍ଷରୁ ଏକ ମଡେଲ ମଧ୍ୟ ପ୍ରସ୍ତୁତ ସରିଛି । ଏହାର ପରିଧି ପାଖାପାଖି ୩ କିମି ରହିବ ବୋଲି ଜଣାପଡିଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ ସମ୍ପୁର୍ଣ୍ଣ ରିଙ୍ଗଟି ଛୋଟଛୋଟ ୟୁନିଟ୍‌ରେ ଭଙ୍ଗା ଯିବ, ଯେଉଁଥିରେ ଘର ସହିତ ସାଧାରଣ ଲୋକଙ୍କ ସହିତ ଆର୍ଥିକ ଓ ସାଂସ୍କୃତିକ କାର୍ଯ୍ୟ ପାଇଁ ସ୍ଥାନ ରହିବ । ସେହିଭଳି ଏଥିରେ କେତୋଟି ଫେରିଫେରାଲ ପଡସ୍‌ ରହିବ, ଯାହା ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାଆସିବାରେ ସାହାଯ୍ୟ କରିବ । ଏହି ଡାଉନ୍‌ ଟାଉନ୍‌ ସର୍କଲର ଉପାୟ କରୋନା ସମୟରେ କମ୍ପାନୀର କେତେକ ଅଧିକାରୀଙ୍କୁ ଆସିଥିଲା । ଏହାପରେ ସେମାନେ ଏହି ଆଇଡିଆ ଉପରେ ଅଧିକ ଗବେଷଣା କରିଥିଲେ କିଭଳି ଏହା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ଏହାପରେ ସେମାନେ ଏକ ଏଭଳି ଆତ୍ମନିର୍ଭର ଯୋଜନା ପ୍ରସ୍ତୁତ କରିଥିଲେ ।