FeaturedGeneralLatest

ଝାଡଖଣ୍ଡ ମନ୍ତ୍ରୀଙ୍କ ସହଯୋଗୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ କଲା ଇଡି

ରାଞ୍ଚି (ସଂକେତ ଟିଭି) : ଝାଡଖଣ୍ଡ ରାଞ୍ଚିରେ ଜଣେ ଆଇଏଏସ୍ ଅଫିସରଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କ ଘରୁ ମିଳିଛି ୨୦ କୋଟିରୁ ଉଦ୍ଧ୍ୱର୍ ନଗଦ ଟଙ୍କା । ଝାଡଖଣ୍ଡ ସରକାରରେ ଗ୍ରାମ୍ୟ ଉନ୍ନୟନ ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମ୍‌ଗିର ଆଲମ୍‌ଙ୍କ ପିଏସ୍‌ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକଙ୍କ ଘରୁ ଏହି ୨୦ କୋଟି ଟଙ୍କା ମିଳିଛି । ଏଥିସହ ଅନ୍ୟଜାଗାରୁ ମଧ୍ୟ ୩୦ କୋଟି ମିଳିଥିବା ସୁଚନା ରହିଛି । ମନ୍ତ୍ରୀଙ୍କ ପିଏସଙ୍କ ଘରୋଇ ସହାୟକଙ୍କ ପାଖରେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେନେଇ ତନାଘନା କରୁଛି ଇଡି

ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ସହ ଜଡିତ ଅର୍ଥ ହେରଫେର ମାମଲାରେ ୨୦୨୩ ଫେବୃଆରୀରେ ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଇଞ୍ଜିନିୟର ବୀରେନ୍ଦ୍ର କେ ରାମଙ୍କୁ ଇଡି ଗିରଫ କରିଥିଲା । ତାଙ୍କ ଘରୁ ଟଙ୍କା ଜବତ ହୋଇଥିଲା । ଏହି ମାମଲା ସହ ଜଡିତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଇଡି ଏବଂ ଚଢାଉବେଳେ ୨୦ କୋଟି ନଗଦ ଟଙ୍କା ଜବତ ହୋଇଛି । ବିରେନ୍ଦ୍ର ରାମଙ୍କୁ ଗିରଫ କରିଛି ଇଡି । ତେବେ ଏବି ମାମାଲାରେ ବିଜେପି ସାଂସଦ ନିଳିକାନ୍ତ ଦୁବେ କଂଗ୍ରେସ ଉପରେ କଟାକ୍ଷ କରି କହିଛନ୍ତି ଯେ କଂଗ୍ରେସ ସବୁବେଳେ ଦୁର୍ନିତୀକୁ ପ୍ରଶୟ ଦେଇଥାଏ । ଆଜି ଯାଏଁ ଏଭଳି କାମ କଂଗ୍ରେସ କରିଆସିଛି । ୨୦୨୩ରେ ମଧ୍ୟ ଗ୍ରାମୀଣ ବିକାଶ ବିଭାଗର ମୁଖ୍ୟ ଅଧିକାରୀ ବୀରେନ୍ଦ୍ର କେ ରମନଙ୍କ ଘରୁ ଟଙ୍କା ଜବତ ହୋଇଥିଲା ।