FeaturedGeneralLatestPolitics

ଆସିଲା ଏକଜିଟ୍ ପୋଲ ରିପୋର୍ଟ, ଦେଶରେ ପୁଣି ଥରେ ମୋଦୀ ସରକାର

ନୂଆଦିଲ୍ଲୀ (ସଂକେତ ଟିଭି): ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ସହ ବିଭିନ୍ନ ସର୍ଭେ ସଂସ୍ଥାଙ୍କ ଦ୍ବାରା କରାଯାଇଥିବା ଏକଜିଟ ପୋଲ୍ ରିପୋର୍ଟ ଆସିଛି । ମୋଦୀ ସରକାର ପୁଣି ଥରେ ଆସୁଥିବା ନେଇ ଅଧିକାଂଶ ସଂସ୍ଥା ଆକଳନ କରିଛନ୍ତି।

‘ଜନ କି ବାତ’ର ଆକଳନ ଅନୁସାରେ ଏନଡିଏକୁ ୩୬୨-୩୯୨ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ଇଣ୍ଡିଆ ମେଣ୍ଟକୁ ୧୪୧-୧୬୧ଟି ଆସନ ଜିତିବାର ସମ୍ଭାବନା ରହିଛି । ଅନ୍ୟମାନଙ୍କୁ ୧୦-୨୦ଟି ଆସନ ଜିତିବାର ସମ୍ଭାବନା ରହିଛି ।

ସେହିପରି ଇଣ୍ଡିଆ ନ୍ୟୁଜ୍-ଡି ଡାଇନାମିକ୍ସର ଆକଳନ ଅନୁସାରେ ଲୋକସଭା ନିର୍ବାଚନରେ ଏନଡିଏକୁ ୩୭୧ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ଇଣ୍ଡିଆ ମେଣ୍ଟକୁ ୧୨୫ଟି ଆସନ ଜିତିବାର ସମ୍ଭାବନା ରହିଛି । ଅନ୍ୟମାନଙ୍କୁ ୪୭ଟି ଆସନ ଜିତିବାର ସମ୍ଭାବନା ରହିଛି ।

ଏନଡିଟିଭି-ପୋଲ ଅଫ ପୋଲ୍ସର ଆକଳନ ଅନୁସାରେ ଏନଡିଏକୁ ୩୬୫ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ଇଣ୍ଡିଆ ମେଣ୍ଟକୁ ୧୪୨ଟି ଆସନ ଜିତିବାର ସମ୍ଭାବନା ରହିଛି । ଅନ୍ୟମାନଙ୍କୁ ୩୬ଆସନ ଜିତିବାର ସମ୍ଭାବନା ରହିଛି ।

ରିପବ୍ଲିକ୍ ଭାରତ-ମାଟ୍ରିଜର ଆକଳନ ଅନୁସାରେ ଏନଡିଏକୁ ୩୫୩-୩୬୮ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ଇଣ୍ଡିଆ ମେଣ୍ଟକୁ ୧୧୮-୧୩୩ଟି ଆସନ ଜିତିବାର ସମ୍ଭାବନା ରହିଛି । ଅନ୍ୟମାନଙ୍କୁ ୪୩-୪୮ଟି ଆସନ ଜିତିବାର ସମ୍ଭାବନା ରହିଛି ।