CrimeFeaturedLatestNews

ବୁଥ ସାମ୍ନାରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ବାମୀ

ଭଦ୍ରକ (ସଂକେତ ଟିଭି): ବୁଥ ସାମ୍ନାରେ ସ୍ତ୍ରୀକୁ ହାଣିଲା ସ୍ୱାମୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ କାଉପୁର ପଂଚାୟତ ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥ ସାମ୍ନାରେ ଏମିତି ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ରଶ୍ମିରେଖା ବେହେରା। ଅଭିଯୁକ୍ତ ସ୍ୱାମୀ ହେଉଛନ୍ତି ପ୍ରଭାକର ରାଉତ। ରଶ୍ମିରେଖାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପାରିବାରିକ କଳହକୁ ନେଇ ହତ୍ୟା କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ମୃତ ମହିଳା ଜଣକ ସ୍ୱାମୀଙ୍କ ସହ କଳହ ପରେ ବାପ ଘର ଜିରାଗମ୍ଭୀରରେ ରହୁଥିଲେ। ଭୋଟ ଦେବା ପାଇଁ ଦାଦାଙ୍କ ସହ ଆସିଥିବା ବେଳେ ପାରିବାରିକ କଳହ ପାଇଁ ସ୍ୱାମୀ ବୁଥ ସାମ୍ନାରେ ମାରଣାସ୍ତ୍ରରେ ଆକ୍ରମଣ କରିଥଲା । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ୱାମୀଙ୍କୁ ଗ୍ରାମାଞ୍ଚଳ ପୋଲିସ ଅଟକ ରଖିଛି ।