FeaturedLatestNews

ଖଲ୍ଲିକୋଟ ନିର୍ବାଚନୀ ହିଂସାର ତଦନ୍ତ କରିବ ଏସଆଇଟି

ଭୁବନେଶ୍ୱର (ସଂକେତ ଟିଭି) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ହୋଇଥିବା ନିର୍ବାଚନୀ ହିଂସାର ତଦନ୍ତ କରିବ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏସଆଇଟି ଫରେନସିକ୍ ପ୍ରମାଣ ସଂଗ୍ରହ କରିବ । ଏହି ମାମଲାରେ ଏସଆଇଟି ୩୦ ଦିନ ମଧ୍ୟରେ ର୍ଜସିଟ୍ ଦାଖଲ କରିବ।

ସୂଚନା ଅନୁସାରେ ନିର୍ବାଚନୀ ପୋଷ୍ଟର ମରାକୁ କେନ୍ଦ୍ରକରି ବୁଧବାର ରାତିରେ ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ରାଜନୈତିକ ହିଂସାକାଣ୍ଡରେ ଉଭୟ ପକ୍ଷର ୭ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲେ। ଏଯାଏ ଏହି ମାମଲାରେ ୯ଜଣଙ୍କୁ ଗିରଫ କରାଯାଇଛି।

ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତିର ତଦାରଖ ପାଇଁ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଏଡିଜିପି ( ହେଡ୍ କ୍ୱାର୍ଟର୍ସ ) ରାଧାକୃଷ୍ଣ ଶର୍ମା ଛତ୍ରପୁରରେ କ୍ୟାମ୍ପ କରିବେ । ଏଡିଜି ଆର.କେ ଶର୍ମା ଛତ୍ରପୁରରେ କ୍ୟାମ୍ପ ଅଫିସ୍ କରି ସେଠାକାର ଆଇନଶୃଙ୍ଖଳା ଉପରେ ଧ୍ୟାନ ଦେବେ ବୋଲି ଜଣାପଡ଼ିଛି।