FeaturedLatestSports

ଶ୍ରୀଲଙ୍କାକୁ ହରାଇ ଏସିଆ କପର ଫାଇନାଲରେ ଭାରତ

କଲୋମ୍ବୋ (ସଂକେତ୍ ଟିଭି) : ଏସିଆ କପ୍ ସୁପର-୪ର ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଭାରତ ଘରୋଇ ଶ୍ରୀଲଙ୍କାକୁ ୪୧ ରନରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି। କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ସ୍ପିନରଙ୍କ ଉଚିତ୍ ମୁକାବିଲା କରି ନ ପାରି ୪୯.୧ ଓଭରରେ ୨୧୩ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୫୩ ରନ କରିଥିବା ବେଳେ କେଏଲ ରାହୁଲ ୩୯ ରନ ଓ ଇଶାନ କିଷନ ୩୩ ରନ କରିଥିଲେ।

ଜବାବରେ ଶ୍ରୀଲଙ୍କା ୪୧.୩ ଓଭରରେ ୧୭୨ ରନରେ ଅଲଆଉଟ୍ ହୋଇଥିଲା। ଦୁନିଥ ଓ୍ଵେଲାଲାଗେ ୪୨ ଓ ଧନଞ୍ଜୟ ଡି ସିଲ୍‌ଭା ୪୧ ରନ କରିଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ୪ ଓ୍ଵିକେଟ୍ ନେଇ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରା ୨ଟି ଓ୍ଵିକେଟ୍ ନେଇଥିଲେ।