FeaturedLatestNewsPolitics

ବିଜେପିରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର (ସଂକେତ ଟିଭି) : ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିରୁ ବିଦା ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଜୟଙ୍କୁ ବିଜେପି ବହିଷ୍କାର କରିଛି। ବିଜୟ ମହାପାତ୍ର ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ।

ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡି ଟିକେଟରେ ପାଟକୁରା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବିଜେପି ବିଦା କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ବହିଷ୍କାର କରାଯାଇଛି। ମାହାଙ୍ଗାର ଶାରଦା ପ୍ରଧାନ ଓ ସୋରର ରାକେଶ ମଲ୍ଲିକ ଟିକେଟ ନପାଇବାରୁ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।