Latest

ଆମେରିକାରେ ବ୍ୟାପୁଛି ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଚୀନ୍ ପରେ ଚିନ୍ତା ବଢ଼ାଉଛି କରୋନାର ନୂଆ ପ୍ରଜାତି । ଆମେରିକାରେ ନୂଆ ସବ୍‌-ଭାରିଏଣ୍ଟ ଏକ୍ସବିବି ୧.୫ ଚିନ୍ତା ବଢ଼ାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୪୦ ପ୍ରତିଶତଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି । ସେପଟେ ଭାରତରେ ମଧ୍ୟ ଏହି ନୂଆ ସବ୍‌-ଭାରିଏଣ୍ଟ ଚିହ୍ନଟ ହୋଇଛି । ଗୁଜରାଟରେ ଜଣେ ଆକ୍ରାନ୍ତଙ୍କ ଠାରେ ଏକ୍ସବିବି ୱାନ ପଏଣ୍ଟ ଫାଇଭ ଚିହ୍ନଟ ହୋଇଛି । ଓମିକ୍ରନର ଏହି ନୂଆ ସବ୍‌-ଭାରିଆଣ୍ଟ ଯୋଗୁଁ ଆମେରିକାରେ ପୁଣିଥରେ ବଢ଼ି଼ବାରେ ଲାଗିଛି ।

କରୋନା ସଂକ୍ରମଣ ସେଂଟର ଫର୍ ଡିଜିଜ୍‌ କଂଟ୍ରୋଲ ଅ ।ଣ୍ଡ ପ୍ରିଭେନସନର ତଥ୍ୟ ଅନୁସାରେ ଆମେରିକାରେ ଏବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କ ନିକଟରେ ଏକ୍ସବିବି ୧.୫ ଭୂତାଣୁ ରହିଛି । ଓମିକ୍ରନ ବିଏ-୨ର ଦୁଇଟି ଭିନ୍ନ ଉପ-ପ୍ରଜାତିର ସମିଶ୍ରଣରେ ଏକ୍ସବିବି ଭୂତାଣୁର ସୃଷ୍ଟି ହୋଇଛି । ଏକ୍ସବିବିର ନୂଆ ସବ୍‌-ଭାରିଆଣ୍ଟହେଉଛି ଏକ୍ସବିବି ୧.୫ । ଆମେରିକାରେ ଏକ୍ସବିବି ୧.୫ ଯୋଗୁଁ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ଏହି ଭୂତାଣୁ ଅଧିକ ସଂକ୍ରମକ । ୭ ଦିନରେ ଆମେରିକାରେ ଏକ୍ସବିବି ୧.୫ ମାମଲା ଦୁଇ ଗୁଣ ହୋଇଛି । ଏପରିକି ଶରୀରର ସୃଷ୍ଟି ହୋଇଥିବା ଆଣ୍ଟିବଡି ବଳୟକୁ ଭେଦ କରିବାରେ ସକ୍ଷମ । ଟିକାର ପ୍ରଭାବ ନେଇ ଜାରି ରହିଛି ଗବେଷଣା । ଆମେରିକାର ୭ଟି ପ୍ରଦେଶରେ ଏକ୍ସବିବି ୧.୫ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଭାରତରେ ଏହାର ପ୍ରଭାବ କଣ ରହିବ ଏ ନେଇ ଅଧ୍ୟୟନ କରୁଛନ୍ତି ବୈଜ୍ଞାନିକ । ଭାରତରେ ଓମିକ୍ରନର ନୂଆ ସବ୍‌-ଭାରିଏଂଟ ଏକ୍ସବିବି ୧.୫ ଚିହ୍ନଟ ହୋଇଛି । ଗୁଜରାଟରେ ଜଣେ ଆକ୍ରାନ୍ତଙ୍କ ଠାରେ ଏକ୍ସବିବି ୧.୫ ଭୂତାଣୁ ଠାବ କରାଯାଇଛି । ପୂର୍ବରୁ ଭାରତରେ ଏକ୍ସବିବି ପ୍ରଜାତି ଚିହ୍ନଟ ହୋଇଛି । କିନ୍ତୁ ଏକ୍ସବିବି ୧.୫ ଚିହ୍ନଟ ହେବା ପ୍ରଥମ ଘଟଣା ।

ବରିଷ୍ଠ ଡାକ୍ତରଙ୍କ କହିବା କଥା-ବିଦେଶରେ ପ୍ରସ୍ତୁତ ହୋଇଥିବା ଟିକା ଓମିକ୍ରନ ବିରୋଧରେ କାମ କରିନଥିବାରୁ ନୂଆ ସବ୍‌-ଭାରିଆଣ୍ଟବିରୋଧରେ କାମ କରୁନାହିଁ । ଏକ୍ସବିବି ୧.୫ ଭାରତରେ ସଂକ୍ରମଣ ବୃଦ୍ଧି କରିପାରେ, କିନ୍ତୁ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍‌ ରହିବ । ମାସ୍କ ପିନ୍ଧିବା ଓ ସତର୍କ ରହିଲେ ସ୍ଥିତି ନିୟନ୍ତ୍ରଣରେ ରହିବ । ନୂଆ ବର୍ଷରୁ ବିଦେଶ ଫେରନ୍ତା ପାଇଁ କଡ଼ାକଡ଼ି଼ ହେବ କଟକଣା । ଚୀନ୍ ସମେତ ୬ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ
କରାଯାଇଛି । ଅର୍ଥାତ ଯାତ୍ରା କରିବାର ୭୨ ଘଂଟା ମଧ୍ୟରେ ନେଗେଟିଭ୍ ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ୍‌ କରିବେ ଯାତ୍ରୀ । ଯଦି ରିପୋର୍ଟ ଦାଖଲ କରିନଥିବେ, ତାହେଲେ ଭାରତରେ ସେମାନଙ୍କୁ ପ୍ରବେଶ ମିଳିବ ନାହିଁ ଚୀନ, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଥାଇଲ୍ୟାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଗତ ସପ୍ତାହରେ ଆଗାମୀ ୪୦ ଦିନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସତର୍କ କରିଥିଲା ।