EntertainmentFeaturedLatest

ହୋଟେଲରେ ଫାଶୀ ଲାଗାଇ ଜୀବନ ହାରିଲେ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ

ବାରାଣାସୀ : (ସଂକେତ୍ ଟିଭି) ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଝୁଲନ୍ତା ମୃତଦେହ ଉତ୍ତରପ୍ରଦେଶର ବାରଣାସୀର ଏକ ହୋଟେଲ ରୁମରୁ ଉଦ୍ଧାର ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ସାରନାଥ ଥାନା ଅଞ୍ଚଳରେ ସୋମେନ୍ଦ୍ର ହୋଟେଲରେ ମେଡେଲ ତଥା ଅଭିନେତ୍ରୀ ଆକାଂକ୍ଷା ଦୁବେ ଫାଶୀ ଲାଗାଇ ଜୀବନ ହାରି ଦେଇଛନ୍ତି। ଆକାଂକ୍ଷା ଭଦୋହି ଜନପଦର ଚୋରି ଥାନା ଅଞ୍ଚଳସ୍ଥ ପରସିପୁରରେ ବସବାସ କରୁଥିଲେ। ଆକାଂକ୍ଷା ଭୋଜପୁରୀ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ।

ଆକାଂକ୍ଷା ‘ବୀରୋ କି ବୀର’ ଓ ‘କସମ ପୈଦା କରନେ ବାଲେ କି ୨’ ନାମକ ସିନେମାରେ କାମ କରିଛନ୍ତି। ମାର୍ଚ୍ଚ ୨୬ରେ ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କ ସହିତ ତାଙ୍କ ନୂତନ ଗୀତ ରିଲିଜ ହୋଇଛି। ଏହି ଗୀତର ନାମ ‘ଆରା କଭି ହାରା ନୈହିଁ’ ରହିଛି।

ଆକାଂକ୍ଷା ତିନିବର୍ଷ ବୟସରେ ମୁମ୍ବାଇ ଆସିଥିଲେ। ତାଙ୍କ ବାପା ଓ ମା’ ତାଙ୍କୁ ଆଇପିଏସ ଅଧିକାରୀ କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କର ନୃତ୍ୟ ଓ ଅଭିନୟ ପ୍ରତି ଦୁର୍ବଳତା ରହିଥିଲା। ପିଲାଟି ଦିନରୁ ତାଙ୍କୁ ଟେଲିଭିଜନ ଦେଖିବା ପସନ୍ଦ ଥିଲା। ଧୀରେଧୀରେ ସେ ସିନେମା ଦୁନିଆରେ ପାଦ ଥାପିଥିଲେ। ମୁମ୍ବାଇରେ ପାଠପଢ଼ିବା ପରେ ଆକାଂକ୍ଷା ନିଜର କ୍ୟାରିଅର ସିନେମାରେ ଆରମ୍ଭ କରିଥିଲେ। ଗୋଟିଏ ପରେ ଗୋଟିଏ ସଫଳତା ପାଇଥିବା ଆକାଂକ୍ଷା ହଠାତ ଏମିତି ପଦକ୍ଷେପ ନେବେ ତାହା କେହି ବିଶ୍ବାସ କରି ପାରୁ ନାହାନ୍ତି।

ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଶୁଣି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଥିବା ବେଳେ ତାଙ୍କ ଫ୍ୟାନ୍ସ ମଧ୍ୟ ଘଟଣାକୁ ସହଜରେ ସ୍ବୀକାର କରିପାରୁନାହାନ୍ତି । ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଶୁଣି ଅନେକ ତାରକା ଓ ଫ୍ୟାନ୍ସ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି । ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ଅଭିନେତ୍ରୀ ଆକାଂକ୍ଷା ନିଜେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି ଭିଡିଓରେ ସେ ଭୋଜପୁରୀ ଗୀତ ହିଲୋର ମେରେ ବେଲି ଡ୍ୟାନ୍ସ କରିଥିବାର ନଜର ଆସିଥିଲେ । ନୀଳ ଜିନ୍ସ ସହିତ କଳା ଟପ୍ ପିନ୍ଧି ଏକ ଦର୍ପଣ ସାମ୍ନାରେ ନାଚୁଥିବା ଦେଖିବାକୁ ମିଳିଥିଲା ​।

ଆକଂକ୍ଷା ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଟପ୍ ମଡେଲ୍ ଏବଂ ଅଭିନେତ୍ରୀ ଥିଲେ ଏବଂ ସମର ସିଂ ଖେସରୀ ଲାଲ୍ ଯାଦବ ପୱନ ସିଂ ଏବଂ ପ୍ରଦୀପ ପାଣ୍ଡେଙ୍କ ସହ ଅନେକ ତାରକାଙ୍କ ସହ ସେ ଅଭିନୟ କରିଥିଲେ । ପ୍ରାୟ ଏକ ମାସ ପୂର୍ବେ ଭାଲେଣ୍ଟାଇନ୍ସ ଡେରେ ତାଙ୍କ ସମ୍ପର୍କ ଇନଷ୍ଟାଗ୍ରାମ ଅଫିସିଆଲ୍ କରିବାକୁ ସୋସିଆଲ ମିଡିଆକୁ ନେଇ ଅଭିନେତ୍ରୀ ହେଡଲାଇନରେ ଥିଲେ । ସେ ସହଷ୍ଟାର ସମର ସିଂଙ୍କ ସହ ଏକ ଫଟୋ ସେୟାର କରିଥିଲେ । ସେ ଲେଖିଥିଲେ ଭାଲେଣ୍ଟାଇନ୍ସ ଡେ ର ଶୁଭେଚ୍ଛା । ତେବେ ଆକାଂକ୍ଷାଙ୍କ ଆତ୍ମହତ୍ୟା ଘଟଣା ପରେ ସମର ସିଂ ନିଖୋଜ ହୋଇ ଯାଇଥିବା ଜଣାପଡିଛି ।