LatestNewsPolitics

ମୋଦୀ ଦେଲେ ମାଗଣା ଚାଉଳ, ନବୀନ ଦେଲେ ଅଖା: ହିମନ୍ତ ବିଶ୍ୱଶର୍ମା

ବ୍ରହ୍ମପୁର (ସଂକେତ ଟିଭି) ଓଡ଼ିଶାରେ ମୋଦି ମାଗଣା ଚାଉଳ ଦେଲେ, ନବୀନ ଅଖା ଦେଲେ। ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ମାଗଣାରେ ୨ଟି ଅଖା ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଶୁକ୍ରବାର କବିସୂର୍ଯ୍ୟନଗରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଏହା କହିଛନ୍ତି।

ହିମନ୍ତ କହିଛନ୍ତି ଯଦି ମୋଦି ଚାଉଳ ଦେଲେ, ତମେ ଡାଲି ନଚେତ୍‌ ଲୁଣ ଦେଇଥାନ୍ତ। ହେଲେ ୨ ଅଖା ଦେଇ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି। ଆଉ ସେହି ଝୁଲା ମଧ୍ୟ ଓଡ଼ିଶାରେ ତିଆରି ନୁହେଁ, ତାମିଲନାଡୁରୁ ଆସିଛି।