CulturalLatest

ମନ୍ଦିରକୁ ବର୍ଷକୁ ଥରେ ଆସନ୍ତି ନାଗ-ନାଗୁଣୀ

ନୂଆଦିଲ୍ଲୀ (ସଂକେତ ଟିଭି): ଆମ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ବର୍ଷକୁ ଥରେ ନାଗ ନାଗୁଣୀ ଆସନ୍ତି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏହି ମନ୍ଦିର ହେଉଛି ହରିୟାଣାର କୈଥଲ ଜିଲ୍ଲାର ପେହୱା ନିକଟ ଅରୁଣାଇ ସ୍ଥିତ ଶ୍ରୀ ସଙ୍ଗମେଶ୍ୱର ମହାଦେବ ମନ୍ଦିର ।

ତେବେ ବଡ଼ କଥା ହେଉଛି ଏହି ମନ୍ଦିରକୁ ବର୍ଷକରେ ଥରେ ନାଗ ନାଗୁଣୀ ଆସନ୍ତି । ଏଠାରେ ପୂଜା କରୁଥିବା ଭକ୍ତମାନଙ୍କୁ ପାଇଁ ଏହା କୌଣସି କ୍ଷତି ପହଞ୍ଚାଇନଥାଏ, ବରଂ କିଛି ସମୟ ପରେ ଏଠାରୁ ଚାଲିଯାଆନ୍ତି । କୁହାଯାଏ ଯେ ଏହି ନାଗ-ନାଗୁଣୀଙ୍କର ଏହି ଯୋଡ଼ି ଶିବ ପ୍ରତିମୂର୍ତ୍ତିରେ ପରିକ୍ରମା କରନ୍ତି । ଏହି ମନ୍ଦିରରେ ଶିବରାତ୍ରୀ ଦିନ ଭକ୍ତମାନଙ୍କ ଭିଡ଼ ଜମେ ।

ପୁରାଣ ଅନୁଯାୟୀ ଏଠାରେ ଭଗବାନ ଶିବ ସ୍ୱଂୟ ଲିଙ୍ଗ ରୂରେ ପ୍ରକଟ ହୋଇଥିଲେ । ଯିଏକି ଶମ୍ଭୁ ଲିଙ୍ଗ ରୂରେ ମୁଖ୍ୟ ମନ୍ଦିରରେ ଆଜି ବି ବିରାଜମାନ ଅଛନ୍ତି । ବିଶ୍ୱାସ କରାଯାଏ ଯେ, ଏଠାରେ ଶିବଲିଙ୍ଗ ଉପରେ ଜଳାଭିଷେକ ଏବଂ ପୂଜନ କରିବା ଏବଂ ଏଠାରେ ଅବସ୍ଥିତ ବେଲ ଗଛରେ ସୂତା ବାନ୍ଧିବା ଦ୍ୱାରା ସମସ୍ତ ଇଚ୍ଛା ପୂରଣ ହୁଏ । ମନସ୍କାମନା ପୂରା ହେବା ପରେ ଭକ୍ତମାନଙ୍କୁ ପୁନର୍ବାର ଏଠାରେ ପୂଜା କରିବାକୁ ଏବଂ ଧାଗା ବା ସୂତା ଖୋଲିବା ପାଇଁ ଆସିବାକୁ ପଡ଼େ । କୁହାଯାଏ ଯେ ଦେବୀ ସରସ୍ୱତୀ ଅଭିଶାପ ମୁକ୍ତି ପାଇଁ ଏଠାରେ ଶିବଙ୍କୁ ପୂଜା କରିଥିଲେ ।