FeaturedLatestNewsPolitics

କଂଗ୍ରେସରୁ ବହିଷ୍କୃତ ହେଲେ ସୁର ରାଉତରାୟ

ଭୁବନେଶ୍ବର (ସଂକେତ ଟିଭି) : କଂଗ୍ରେସରୁ ସୁର ରାଉତରାୟଙ୍କୁ ବହିଷ୍କୃତ କରାଯାଇଛି। ଦଳରେ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଛି। ସେ ଦଳ ବିରୋଧୀ କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗ ହୋଇଥିଲା। ଏହି ଖବର ନେଇ ସୁର କହିଛନ୍ତି ‘ ମୁଁ ଏହି ପଦକ୍ଷେପକୁ ହୃଦୟର ସହିତ ସ୍ବାଗତ କରୁଛି। ମୁଁ ଦଳ ପାଇଁ ପୂର୍ବପରି ନିଜର କାର୍ଯ୍ୟ ଜାରି ରଖିବି। ମୁଁ ଜୀବନର ଶେଷ ପର୍ଯ୍ୟନ୍ତ କଂଗ୍ରେସରେ ରହିବି। ମୋ ପୁଅ ପାଇଁ ମତେ ଦଳରୁ ବହିଷ୍କୃତ କରାଯାଇଛି। ମୋ ନାମରେ ମିଥ୍ୟା ପ୍ରଚାର କରାଯାଇଛି। ଏନେଇ ମୁଁ ହାଇକମାଣ୍ଡଙ୍କ ପାଖକୁ ଯିବି ବୋଲି ସୁର କହିଛନ୍ତି।

ଏଥରକୁ ମିଶାଇ ଜଟଣୀରୁ ୬ ଥର ବିଧାୟକ ଅଛନ୍ତି ସୁର। ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଏଆଇସିସି ପକ୍ଷରୁ ପ୍ରେସ ରିଲିଜ ଜାରି କରଯାଇଛି। ବହୁଚର୍ଚ୍ଚିତ ବିଧାୟକ ସୁରେଶ ରାଉତରାୟ କଂଗ୍ରେସରେ ଥିବା ବେଳେ ତାଙ୍କ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ବର ଲୋକସଭା ଆସନରୁ ବିଜେଡି ଟିକେଟରେ ଲଢୁଛନ୍ତି।