FeaturedLatestNewsPolitics

ଟିକେଟ ଫେରାଇଲେ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି

ଭୁବନେଶ୍ବର (ସଂକେତ ଟିଭି) : ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ନିଜ ଟିକେଟ ଫେରାଇ ଦେଇଛନ୍ତି । ଏନେଇ ସେ ସୋନିଆ ଗାନ୍ଧୀ. ରାହୁଲ୍ ଗାନ୍ଧୀ ଓ ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କୁ ଇମେଲ ଯୋଗେ ଜଣାଇଛନ୍ତି। ଏଥିରେ ସେ ଦୁଇଟି କାରଣ ଦର୍ଶାଇଛନ୍ତି। ପୁରୀ ବିଧାନସଭା ଆସନରେ ଦଳ ଦୁର୍ବଳ ପ୍ରାର୍ଥୀ ଦେଇଛି। ଏବଂ ପ୍ରଚାର ପାଇଁ ଦଳ ପକ୍ଷରୁ କୌଣସି ଫଣ୍ଡିଂ ଦିଆଯାଉନଥିବାରୁ ସେ ଟିକେଟ ଫେରାଇଥିବା ଜଣାପଡିଛି। ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଙ୍ଗ ସମ୍ଭବ ନୁହେଁ ବୋଲି ସୁଚରିତା କହିଛନ୍ତି । ପୁରୀ ଲୋକସଭା ଆସନରେ ମେ ୨୫ରେ ମତଦାନ ଗ୍ରହଣ କରାଯିବ। ନାମାଙ୍କନ ଭରିବାକୁ ଆଉ ୨ରୁ ୩ଦିନ ବାକିଥିବା ବେଳେ ଏହା ପୂର୍ବରୁ ସୁଚରିତା ଟିକେଟ ଫେରାଇ ଦେଇଛନ୍ତି। ତେବେ କଂଗ୍ରେସ ଏହି ଆସନରୁ କାହାକୁ ପୁଣି ପ୍ରାର୍ଥୀ କରିବ ତାହା ଉପରେ ନଜର ରହିଛି।

ଏହାପୂର୍ବରୁ ୨୦୧୪ ସାଧାରଣ ନିର୍ବାଚନରେ ସୁଚରିତା ମହାନ୍ତି ପୁରୀ ଲୋକସଭା ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପାଇଁ ସାଂସଦ ପ୍ରାର୍ଥୀ ହୋଇଥିଲେ । ଯେଉଁଥିରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ବିଜେଡି ପ୍ରାର୍ଥୀ ପିନାକି ମିଶ୍ରଙ୍କ ଠାରୁ ହାରିଥିଲେ ସୁଚରିତା ମହାନ୍ତି । ୨୦୧୪ରେ ସୁଚରିତ ମହାନ୍ତି ମାତ୍ର ୨ ଲକ୍ଷ ୫୦ ହଜାର ଭୋଟ ପାଇଥିଲେ ।