FeaturedLatestNewsPolitics

ବିଜେପି ଛାଡି କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ

ଭୁବନେଶ୍ବର (ସଂକେତ ଟିଭି) : ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ କଂଗ୍ରେସରେ ଯୋଗଦେଇଛନ୍ତି। ଟିକେଟ ଆଶାରେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ହେଲେ ଯାଜପୁର ଜିଲ୍ଲା ବରୀ ଆସନରୁ ବିଜେପି ଟିକେଟ୍ ନ ଦେବାରୁ ଅସନ୍ତୁଷ୍ଟ ହୋଇ ସେ ଦଳରୁ ଇସ୍ତଫା ଦେଇଥିଲେ। ଏବେ ସେ ‘ହାତ’ ଧରିଛନ୍ତି । ଶୁକ୍ରବାର ଦେବାଶିଷ ନାୟକ ବରୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ କିନ୍ତୁ ଏବେ ଦେବାଶିଷ କଂଗ୍ରେସରେ ଯୋଗ ଦେଇଛନ୍ତି ।

ଦେବାଶିଷ ଆଜି କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ପ୍ରଭାରୀ ଡକ୍ଟର ଅଜୟ କୁମାର ଓ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ୨ ମାସ ୯ ଦିନ ପରେ ବିଜେପି ଛାଡ଼ି ସେ କଂଗ୍ରେସରେ ମିଶିଥିବା ଜଣାଯାଇଛି।