FeaturedGeneralLatest

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୩

ଟୋକିଓ (ସଂକେତ ଟିଭି) : ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ମଧ୍ୟାହ୍ନ ୨ଟା ୫ମିନିଟ୍ ୩୫ ସେକେଣ୍ଡରେ ଏହି ଭୂକମ୍ପ ଅନୁଭୁତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର ୫୦୬ କିଲୋମିଟର ଗଭୀରରେ ଅବସ୍ଥିତ।

ଏହି ଭୂକମ୍ପ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏଥିରେ ବ୍ୟାପକ କ୍ଷତି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଅବଶ୍ୟ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନଠାରୁ ବହୁତ ତଳେ ଥିଲା, ଯେଉଁଥିପାଇଁ ଏହାର ଭୂତଳ ସ୍ତରରେ ଏହାର ପ୍ରଭାବ କମ୍‌ ଥିଲା। ଏଣୁ ଭୂ-ଭାଗରେ ଏହାର ସ୍ୱଳ୍ପ ପ୍ରଭାବ ପଡିଥିଲା। ବୋନିନ ଦ୍ୱୀପପୁଞ୍ଜର ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ଆସିନାହିଁ।

ଏହି ଭୂମିକମ୍ପ ସମୁଦ୍ର ତଳେ ଅନୁଭୂତ ହୋଇଥିଲା। ହେଲେ ସୁନାମୀ ନେଇ କୌଣସି ସତର୍କତା ଜାରି ହୋଇ ନାହିଁ। ସମୁଦ୍ର ପତନରୁ ଭୂମିକମ୍ପ କେନ୍ଦ୍ରର ଗଭୀର ଅଧିକ ହେବା କାରଣରୁ ସୁନାମୀର ବିପଦ ବି ଥାଏ। ଜାପାନ ଭୂମିକମ୍ପର ସକ୍ରିୟ କ୍ଷେତ୍ରରେ ଅବସ୍ଥିତ । ଏଣୁ ଏଠାରେ ପ୍ରାୟତଃ ଭୂମିକମ୍ପ ଅନୁଭୂତ ହୋଇଥାଏ।