FeaturedGeneralLatestPolitics

ରାଏବରେଲିରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ

ଲକ୍ଷ୍ନୌ (ସଂକେତ ଟିଭି) : ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲି ଆସନକୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କେରଳର ଓ୍ବାଏନାଡ୍ ସିଟ୍ ପରେ ସେ ସୋନିଆଙ୍କ ଲୋକସଭା ଆସନ ରାଏବରେଲିରୁ ନାମାଙ୍କନ ଭରିଛନ୍ତି । ଏନେଇ ରାହୁଲ ଗାନ୍ଧି ଆଜି ଓଡ଼ିଶାର ରାୟଗଡ଼ା ଗସ୍ତକୁ ବାତିଲ୍ କରିଛନ୍ତି ।

ରାହୁଲ ନାମାଙ୍କନ ଦାଖଲ ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହିତ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ରବଟ୍ ଭଦ୍ରା ଆଦି ବହୁ କଂଗ୍ରେସ ବରିଷ୍ଠ ନେତା ସାମିଲ୍ ଥିଲେ । ପ୍ରଥମେ ସେ କେରଳର ଓ୍ବାଏନାଡ୍ ଆସନରୁ ନିର୍ବାଚନ ଲଢ଼ିଥିବା ବେଳେ ଏବେ ରାଏବରେଲି ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଓ୍ବାଏନାଡ୍ ଆସନରେ ନିର୍ବାଚନ ଶେଷ ହୋଇଛି । ପୂର୍ବ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧି ୟୁପିର ଆମେଠି ଆସନରୁ ନିର୍ବାଚନ ଲଢ଼ିଥିଲେ । ମାତ୍ର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଥିଲେ । ଚଳିତ ଥର ଆମେଠି ବଦଳରେ ରାହୁଲ ଗାନ୍ଧି ଦ୍ବିତୀୟ ଆସନ ରାଏବରେଲିରୁ ନିର୍ବାଚନ ଲଢ଼ିବେ ।