FeaturedLatestNewsPolitics

ରାଜ୍ୟ କଥା ଛାଡନ୍ତୁ, ନିଜ ଗାଁ ପାଇଁ କଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ : ପାଣ୍ଡିଆନ

ବ୍ରହ୍ମପୁର (ସଂକେତ ଟିଭି) : ୧୦ ବର୍ଷ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀ ରହିଲେ ହେଲେ ଓଡିଶା ପାଇଁ କ’ଣ କରିଛନ୍ତି। ଓଡିଶା କଥା ଛାଡନ୍ତୁ ନିଜ ଗାଁ ପାଇଁ ସେ କଣ କରିଛନ୍ତି? ତାହାର ମଧ୍ୟ ଉତ୍ତର ଦେଇପାରିବେ ନାହିଁ। ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି ।

ବୁଧବାର ଗୋପାଳପୁରରେ ଗଣମାଧ୍ୟମର ସଂପାଦକଙ୍କୁ ସେ କହିଛନ୍ତି ୧୦ ବର୍ଷ ଧରି କେନ୍ଦ୍ରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିବା ସତ୍ତ୍ବେ ଓଡ଼ିଶାକୁ ଜଣେ ଓଡ଼ିଆ ଭାବେ ଅଣଦେଖା କଲେ। ଆଉ ଏବେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି। ଗତ ୧୦ ବର୍ଷ ଭିତରେ ଓଡିଶାର ସ୍ୱାର୍ଥ ନେଇ ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ ଯାହା କିଛି ପଚାରିଛି, ସେ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି। ଓଡ଼ିଶା ତ ଦୂରର କଥା ଯେଉଁ ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରୁ ଟିକେଟ୍ ପାଇବାକୁ ସେ ୧୦ ବର୍ଷ ହେବ ଉଦ୍ୟମ କରିଆସୁଥିଲେ ସେହି ଢେଙ୍କାନାଳ ପାଇଁ ସେ କ’ଣ କରିଛନ୍ତି? ଏପରିକି ନିଜ ଗାଁ ପାଇଁ ସେ କ’ଣ କରିଛନ୍ତି? ତାହାର ମଧ୍ୟ ଉତ୍ତର ଦେଇପାରିବେ ନାହିଁ।

ଧର୍ମେନ୍ଦ୍ର କେନ୍ଦ୍ରରେ ୫ ବର୍ଷ ଶିକ୍ଷା ମନ୍ତ୍ରୀ ରହିଲେ ହେଲେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପାଇଁ କ’ଣ କଲେ? କେନ୍ଦ୍ରୀୟ ବିଦ୍ୟାଳୟର ସଂଖ୍ୟା ବଢାଇଲେ ନା ଭଲ ସ୍କୁଲ କଲେ । ଏବେବି ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ବ୍ଲାକ ବୋର୍ଡରେ ପଢ଼ା ଯାଉଛି । ହେଲେ ୫ଟି ସ୍କୁଲରେ ସ୍ମାର୍ଟ ବୋର୍ଡରେ ପିଲା ପାଠ ପଢ଼ୁଛନ୍ତି । ରାଜ୍ୟ ପାଇଁ ନହେଲା ନାହିଁ ନିଜ ଜିଲ୍ଲା ଯେଉଁଠୁ ନିର୍ବାଚନ ଲଢିବାକୁ ପ୍ରଥମେ ଚେଷ୍ଟା କରୁଥିଲେ ସେହି ଢେଙ୍କାନାଳ ପାଇଁ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ବି ଖୋଲିପାରିଲେନି।

କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ଅନ୍ୟ ରାଜ୍ୟର କେନ୍ଦ୍ରମନ୍ତ୍ରୀ ମାନେ ନିଜ ରାଜ୍ୟର କାମକୁ ଗୁରୁତ୍ବ ଦେଇଥାନ୍ତି। କିନ୍ତୁ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ତାହା କରନ୍ତି ନାହିଁ। ବିଗତ ୧୦ ବର୍ଷ ଧରି ଏନ୍‌ଏଚ୍‌ ୫୫ କାମ ସରୁନି। ହେଲେ କେନ୍ଦ୍ରମନ୍ତ୍ରୀ ଚୁପ୍‌ ବସିଥିଲେ। ସେ ଚାହିଁଥିଲେ ଆଗରୁ ଏହି ଏନ୍‌ଏଚ୍‌ ୫୫ କାମ ସରି ପାରଥାନ୍ତା, ଯେଉଁ ୨୦୦ରୁ ଅଧିକ ଜୀବନ ଏହି ରାସ୍ତାରେ ଦୁର୍ଘଟଣା କାରଣରୁ ଯାଇଛି , ତାହା ହୋଇନଥାନ୍ତା। ଏମାନେ ନିର୍ବାଚନ ସମୟରେ ଆକ୍ଟିଭ ହୁଅନ୍ତି, ତାହା ପରେ ପୁଣି ଶୋଇପଡନ୍ତି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।