FeaturedGeneralLatestPolitics

ଓଡିଶାର ୨୧ରୁ ୨୧ ଲୋକସଭା ଆସନରେ ଜିତିବ ବିଜେପି : ରାଜନାଥ ସିଂହ

ଭୁବନେଶ୍ବର (ସଂକେତ ଟିଭି) : ଏଥର ଓଡିଶାର ୨୧ରୁ ୨୧ ଲୋକସଭା ଆସନରେ ଜିତିବ ବିଜେପି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ଏହା କହିଛନ୍ତି। ସେ କହିଛନ୍ତି ପୂର୍ବରୁ ଅନେକ ଥର ଓଡ଼ିଶା ଆସିଥିଲି। ଏଥର ମଧ୍ୟ ଓଡ଼ିଶା ଆସିଛି। କିନ୍ତୁ ଏଥର ସ୍ଥିତି ଅଲଗା ଦେଖାଯାଉଛି।

ଅନ୍ୟ ଥର ବିଜେପି ଓଡ଼ିଶାର କେତୋଟି ଲୋକସଭା ଆସନରେ ବିଜୟ ହାସଲ କରିବ ବୋଲି ପଚରାଗଲେ, କିଛି ଲୋକେ କହୁଥିଲେ ୨। ସେହିଭଳି ଅନ୍ୟମାନେ କହୁଥିଲେ ୭ ଅଥବା ୮। ଏଥର କିନ୍ତୁ ଓଡ଼ିଶାବାସୀ କହୁଛନ୍ତି, ୨୧ରୁ ୨୧ ଲୋକସଭା ଆସନରେ ବିଜେପି ଜିତିବ।

ଶ୍ରୀ ସିଂହ କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ଆସିଲେ ଲୋକଙ୍କର ବହୁ ଅସୁବିଧା ଦୂର ହେବ। ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ପ୍ରତ୍ୟେକ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କାର ଲେଖାଏଁ ଚିକିତ୍ସା ସୁବିଧା ମିଳିବ। ସେହିଭଳି ସବୁ ବର୍ଗର ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କୁ ୫ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଦେବାକୁ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।