FeaturedLatestNewsPolitics

ସ୍ବାମୀଙ୍କ ବିପକ୍ଷରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କଲେ ବିଧାୟକ ରୁଦ୍ର ପ୍ରତାପଙ୍କ ପତ୍ନୀ

ପୁରୀ (ସଂକେତ ଟିଭି) : ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରାଥୀଙ୍କ ସ୍ତ୍ରୀ ଜାଗୃତି ପଣ୍ଡା ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି । ମଙ୍ଗଳବାର ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାବେଳେ ଜାଗୃତି ପଣ୍ଡା ନିଜର ନାମାଙ୍କନ ଭରିଛନ୍ତି । ଯାହାଫଳରେ ସ୍ବାମୀ ସ୍ତ୍ରୀ ମଧ୍ଯରେ ଲଢେଇ ଦେଖିବାକୁ ମିଳିବ । ତେବେ କାହିଁକି ସେ ନିଜ ସ୍ବାମୀଙ୍କ ବିପକ୍ଷରେ ନାମାଙ୍କନ ଭରିଲେ ତାହା ସ୍ବଷ୍ଟ ହୋଇନାହିଁ । ଏ ସମ୍ପର୍କରେ ରୁଦ୍ର ମହାରଥୀ କିମ୍ବା ପତ୍ନୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନା ଅନୁସାରେ, ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ୨୦୨୪ ନିର୍ବାଚନରେ ପିପିଲି ବିଧାନସଭା ଆସନରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ଏଥିପାଇଁ ସେ ଗତ ୩ ତାରିଖରେ ପୁରୀରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ଗତକାଲି ତାଙ୍କର ପତ୍ନୀ ଜାଗୃତି ପଣ୍ଡା ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିବା ପାଇଁ ପ୍ରାର୍ଥୀପତ୍ର ଦଖଲ ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।