LatestNewsPolitics

ଓଡିଶାରେ ଚାଲିଥିବା ବିଜେପିର ଡବଲ ଇଞ୍ଜିନ ସରକାର : ସଚିନ ପାଇଲଟ

ବାଲେଶ୍ୱର (ସଂକେତ ଟିଭି) : ଓଡିଶାରେ ବିଜେଡିକୁ ଜନମତ ମିଳିଥିଲେ ମଧ୍ଯ ବିଜେପିର ଡବଲ ଇଞ୍ଜିନ ସରକାର ଚାଲିଥିଲା । କାହିଁକି ନାଁ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ସେ କହିଛନ୍ତି ଯେ ଆପଣ ବିଜେଡିକୁ ଭୋଟ ଦେଲେ ତାହା ସିଧାସଳଖ ବିଜେପିକୁ ଯିବ । ଉଭୟଙ୍କ ଅଘୋଷିତ ମେଣ୍ଟ ରହିଥିଲା ଏବଂ ରହିଛି । କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଉଭୟ ଦଳ ପରସ୍ପର ବିରୋଧରେ ଲଢୁଛନ୍ତି।

ପାଇଲଟ କହିଛନ୍ତି, ଓଡିଶାରେ ଭାଜପା ଓ ବିଜେଡି ଏକ ହୋଇଛନ୍ତି । ଦୁଇ ଦଳର ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ସ୍ବାର୍ଥ ଓ ବିକାଶ କାମ ବାଟବଣା ହେଉଛି ବୋଲି କହିଛନ୍ତି ସଚିନ ପାଇଲଟ । ସେହିପରି ଭାଜପାକୁ ଟାର୍ଗେଟ କରି କହିଛନ୍ତି, ଦେଶର ୪ଟି ପର୍ଯ୍ୟାୟ ମତଦାନ ପରେ ଏନଡିଏ ବ୍ୟାକଫୁଟକୁ ଚାଲିଯାଇଛି । ବାଲେଶ୍ୱରର ଏମପି ଶ୍ରୀକାନ୍ତ ଜେନା ଥିବା ସମୟରେ ଅଞ୍ଚଳରେ ବିକାଶ ହୋଇଥିଲା । କିନ୍ତୁ ଗତ ୧୦ ବର୍ଷ ହେଲା ବାଲେଶ୍ୱରର ବିକାଶ କାମ ଠପ ହୋଇପଡିଛି । ତେଣୁ ଏଥର ଶ୍ରୀକାନ୍ତ ଜେନା ଓ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ସେ ଭୋଟରଙ୍କୁ ଅପିଲ କରିଛନ୍ତି ।