FeaturedGeneralLatestPolitics

ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ବର (ସଂକେତ ଟିଭି) : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ । ରାହୁଲଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଆସିବେ। ମେ ୨୬, ୨୭ ଓ ୨୮ରେ ଲଗାତର ତିନିଦିନ କ୍ୟାମ୍ପ କରି ରାହୁଲ ନିର୍ବାଚନୀ ପ୍ରଚାର କରିବେ। ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ପୂର୍ବରୁ ରାହୁଲ ଗାନ୍ଧୀ ସାଲେପୁର ଏବଂ ପରେ ବଲାଙ୍ଗିର ଆସି ଦଳ ପାଇଁ ପ୍ରଚାର କରିଛନ୍ତି।