FeaturedLatestSports

ଅଲିମ୍ପିକ୍ସରେ ପୁଣି ଥରେ ସାମିଲ ହେଲା କ୍ରିକେଟ

ନୂଆଦିଲ୍ଲୀ (ସଂକେତ ଟିଭି ) ଅଲିମ୍ପିକ୍ସରେ ପୁଣି ଥରେ କ୍ରିକେଟକୁ ସାମିଲ କରାଯାଇଛି । ୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବ । ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଏ ସଂପର୍କରେ ଲସ୍ ଆଞ୍ଜେଲସ ଆୟୋଜକ କମିଟି ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି । ଆଇଓସି ସଭାପତି ଥୋମାସ ବାକ୍‌ ଏହା ଘୋଷଣା କରିଛନ୍ତି।

ଥୋମାସ ବାକ୍‌ ଗୁରୁବାର ମୁମ୍ବାଇରେ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ସମୟରେ ସେ ଏହି ବଡ ଘୋଷଣା କରିଥିଲେ। ଏହି ଅଲମ୍ପିକ୍ସରେ ମୋଟ ୫ଟି ନୂଆ ଖେଳ ସାମିଲ କରିବାକୁ ଆୟୋଜକମାନେ ପ୍ରସ୍ତାବ ଦେଇଥିଲେ । ଏହି ୫ଟି ଖେଳ ହେଉଛି ବେସବଲ୍, ସଫଟବଲ, ଫ୍ଲାଗ୍ ଫୁଟବଲ୍,ସ୍କ୍ବାସ, ଲାକ୍ରୋଜ୍ ଓ କ୍ରିକେଟ୍ । ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏସବୁ କ୍ରୀଡ଼ା ସାମିଲ ହେବା ପରେ ଅଲମ୍ପିକ ଆନ୍ଦୋଳନ ଆମେରିକା ଓ ବିଶ୍ବର ନୂଆ ଆଥଲେଟ୍ ଓ ପ୍ରସଂଶକଙ୍କ ନିକଟରେ ପହଞ୍ଚିବ ।

ଅଲିମ୍ପିକ୍‌‌ ସହ କ୍ରିକେଟର ସମ୍ପର୍କ ବହୁ ପୁରୁଣା। ୧୯୦୦ ପ୍ୟାରିସ୍‌‌ ଅଲିମ୍ପିକ୍ସରେ ପ୍ରଥମ ତଥା ଶେଷଥର ଲାଗି କ୍ରିକେଟ ଖେଳାଯାଇଥିଲା। ୧୨୮ବର୍ଷ ପରେ ଅଲିମ୍ପିକ୍ ଇତିହାସରେ ପରିବର୍ତ୍ତନ କରାଯାଇ ପୁଣିଥରେ କ୍ରିକେଟକୁ ସାମିଲ କରାଯାଇଛି।