FeaturedLatestSports

ଏସିଆନ୍‌ ଗେମ୍ସ ୨୦୨୩ : ଭାରତୀୟ କ୍ରିକେଟ ଟିମକୁ ମିଳିଲା ସ୍ବର୍ଣ୍ଣ ପଦକ

ହାଙ୍ଗଝୋ (ସଂକେତ ଟିଭି)ଏସିଆନ ଗେମ୍ସରେ ଭାରତୀୟ କ୍ରିକେଟ ଟିମ ସ୍ବର୍ଣ୍ଣ ପଦକ ହାସଲ କରିଛି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିଲା । ଫଳରେ ମ୍ୟାଚ ବାତିଲ କରାଯାଇଥିଲା। ହେଲେ ଭାରତୀୟ କ୍ରିକେଟ ଟିମ୍ ରାଙ୍କିଂ ଅନୁସାରେ ଶୀର୍ଷରେ ରହିଥିବାରୁ ଦଳକୁ ସ୍ବର୍ଣ୍ଣ ବିଜୟୀ ଘୋଷଣା କରାଯାଇଛି ।

ଭାରତୀୟ ଅଧିନାୟକ ଋତୁରାଜ ଗାଇକୱାଡ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ଷା ଯୋଗୁ ମ୍ୟାଚ ବନ୍ଦ ହେବାପରେ ଆଫଗାନିସ୍ତାନ ୧୮.୨ ଓଭରରେ ପାଞ୍ଚ ୱିକେଟରେ ୧୧୨ ରନ ସଂଗ୍ରହ କରିଥିଲା। ଏହା ପରେ ଖେଳ ହୋଇପାରିଲା ନାହିଁ ।

ବର୍ଷା ଯୋଗୁଁ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏସୀୟ ଗେମ୍ସରେ ପୁରୁଷ କ୍ରିକେଟ ଇଭେଣ୍ଟର ଅନ୍ତିମ ମ୍ୟାଚ ବାତିଲ କରାଯାଇଥିଲା। ତେବେ ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗ ଆଧାରରେ ଭାରତ ବିଜେତା ଘୋଷିତ ହୋଇଥିଲା। ର଼୍ୟାଙ୍କିଙ୍ଗରେ ଟିମ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଛି। ଯେଉଁଠାରେ ଆଫଗାନିସ୍ତାନ ଦଶମ ସ୍ଥାନରେ ରହିଛି।