FeaturedLatestSports

ଏସୀୟ କ୍ରୀଡ଼ା: ଜାପାନକୁ ୫-୧ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଲା ଭାରତୀୟ ପୁରୁଷ ହକି ଟିମ୍‌

ନୂଆଦିଲ୍ଲୀ (ସଂକେତ ଟିଭି) ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଟିମ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି । ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଗତ ଚାମ୍ପିଅନ ଜାପାନକୁ ୫-୧ ଗୋଲରେ ପରାସ୍ତ କରି ଏହି ପଦକ ପାଇଛି। ଏହି ବିଜୟର ସହିତ ଭାରତ ଆସନ୍ତା ବର୍ଷ ପ୍ୟାରିସରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଟିକେଟ୍‌ ହାସଲ କରିଛି।

ଚୀନର ହାଙ୍ଗଝୌରେ ଆୟୋଜିତ ଫାଇନାଲ ମ୍ୟାଚରେ ଭାରତ ତରଫରୁ ଅଧିନାୟକ ହରମନପ୍ରୀତ ସିଂହ ସର୍ବାଧିକ ୨ଟି ଗୋଲ ଦେଇଥିଲେ। ସେହିପରି ମନପ୍ରୀତ ସିଂହ, ଅଭିଷେକ ଓ ଓଡ଼ିଆ ପୁଅ ଅମିତ ରୋହିଦାସ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଜାପାନ ତରଫରୁ ଏକମାତ୍ର ଗୋଲ ଦେଇଥିଲେ ସେରେନ ତନାକା। ଫଳରେ ଭାରତ ୫-୧ ଗୋଲରେ ବିଜୟୀ ହୋଇଛି।