FeaturedLatestSports

ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି ପନ୍ତ, ଏବେ ପାଣିରେ ଚାଲିଲେ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ : (ସଂକେତ ଟିଭି): ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି । ପନ୍ତ ଗତ ମାସରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଆଶା ବାଡି ଧରି ଚାଲୁଥିବା ଦେଖିବାକୁ ମିଳିଥିଲା। ଏବେ ପନ୍ତ ଦୁର୍ଘଟଣା ପରେ ନିଜର ପ୍ରଥମ ଭିଡିଓ ସେୟାର କରିଛନ୍ତି, ଯାହା ଦ୍ରୁତ ବେଗରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ପନ୍ତ ପାଣିରେ ଚାଲୁଥିବା ଦେଖିବାକୁ ମିଳିଛି। ୨୦୨୨ ଡିସେମ୍ବର ୩୧ ବିଳମ୍ବିତ ରାତ୍ରିରେ ସଡକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ଅଳ୍ପକେ ତାଙ୍କ ଜୀବନ ବଞ୍ଚି ଯାଇଥିଲା।

ପନ୍ତ ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓ ସହିତ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଛୋଟ ଜିନିଷ, ବଡ ଜିନିଷ ଏବଂ ଏହି ସମୟରେ ସମସ୍ତ ଜିନିଷ ପାଇଁ ମୁଁ କୃତଜ୍ଞ। ପନ୍ତଙ୍କ ଏହି ଭିଡିଓକୁ ପ୍ରଶଂସକ ଖୁବ୍ ପସନ୍ଦ କରିଛନ୍ତି। ପନ୍ତଙ୍କ ସୁସ୍ଥତା ନେଇ ତାଙ୍କ ପ୍ରଶଂସକ ଢେର ସାରା କାମନା କରିଛନ୍ତି। କିଛି ମିନିଟ୍ ଭିତରେ ପନ୍ତଙ୍କ ପୋଷ୍ଟକୁ ଲକ୍ଷାଧିକ ଲାଇକ୍ସ ମିଳିଲାଣି।

ଗୁରୁତର ଆହତ ହେବା କାରଣରୁ ପନ୍ତ ଦୀର୍ଘ ସମୟ କ୍ରିକେଟ୍‌ରୁ ଦୂରରେ ରହିବେ। ଆଗାମୀ ଅନେକ ମାସ ଧରି ତାଙ୍କର ପଡିଆକୁ ଫେରିବାର ସମ୍ଭାବନା ନାହିଁ।