FeaturedLatestSports

ବିଶ୍ୱକପ୍‌ ଅଭିଯାନ ଆରମ୍ଭ ହେଉ ହେଉ ଭାରତକୁ ଝଟକା : ଶୁଭମନ ଗିଲଙ୍କୁ ଡେଙ୍ଗୁ

ନୂଆଦିଲ୍ଲୀ (ସଂକେତ ଟିଭି) ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଛି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ବିସିସିଆଇର ମେଡିକାଲ ଟିମ୍ ତତ୍ତ୍ଵାବଧାନରେ ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି

ବିଶ୍ୱକପ୍‌ ଅଭିଯାନ ଆରମ୍ଭ ହେଉଥିବାବେଳେ ଚୂଡ଼ାନ୍ତ ଏକାଦଶରୁ ଗିଲ୍ ଯଦି ବାଦ୍ ପଡନ୍ତି ତେବେ ଟିମ୍ ଇଣ୍ଡିଆ ପାଇଁ ଏହା ଏକ ବଡ଼ ଝଟକା ହେବ । ଏସିଆ କପ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଦମଦାର ଫର୍ମରେ ନଜର ଆସିଥିଲେ ଶୁବମନ୍ । ବ୍ୟାକ୍ ଟୁ ବ୍ୟାକ୍ ସେଂଚୁରୀ ମାରିଥିଲେ ଏହି ଷ୍ଟାର ବ୍ୟାଟର । ଡେଙ୍ଗୁ ରିପୋର୍ଟ ପଜିଟିଭ୍ ଆସିବା ପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଗିଲ୍ ଖେଳିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି । ତେବେ ଗିଲଙ୍କ ସ୍ବାସ୍ଥ୍ୟ ଉପରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ନଜର ରଖିଛି । ଶୁକ୍ରବାର ତାଙ୍କର ଆଉ ଏକ ଟେଷ୍ଟ ହେବ । ଏହାପରେ ହିଁ ଅଷ୍ଟ୍ରେଲିଆ ମ୍ୟାଚ୍ ପାଇଁ ସେ ଉପଲବ୍ଧ ହେବେ ନା ନାହିଁ ଜଣାପଡ଼ିବ ।

ଆସନ୍ତା ୮ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ୍ ଖେଳିବ ଭାରତ । ଯଦି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶୁଭମାନ ଗିଲ ସୁସ୍ଥ ନ‌ ହୁଅନ୍ତି, ତେବେ ଭାରତୀୟ ଦଳ ଅନ୍ୟ ବିକଳ୍ପ ଦେଖିବ। ଅଧିନାୟକ ରୋହିତ ଶର୍ମାଙ୍କ ସହ ଇଶାନ କିଶନ ନା କେଏଲ୍ ରାହୁଲ ଇନିଂସ ଓପନ୍ କରିବେ ତାହା ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ।