କୌନ ବନେଗା କରୋଡ଼ପତି ହଟ୍ ସିଟ୍ରେ ଭଦ୍ରକର ଜ୍ୟୋତିର୍ମୟୀ
ଭଦ୍ରକ : (ସଂକେତ୍ ଟିଭି) : ଭଦ୍ରକ ପୋଷ୍ଟାଲ ଡିଭିଜନର ସହ ପରିଚାଳକ ଜ୍ୟୋତିର୍ମୟୀ ମଲ୍ଲିକ କୌନ ବନେଗା କୋରଡ଼ପତି ହଟ ସିଟ୍ରେ ବସିବାରେ ସଫଳ ହୋଇଛନ୍ତି । ସୋନି ଟିଭି ଚ୍ୟାନେଲରେ ପ୍ରସାରିତ କୌନ ବନେଗା କୋରଡ଼ପତିରେ ଅଂଶଗ୍ରହଣ କରି ନିଜେ ଗର୍ବ ଅନୁଭବ କରିଛନ୍ତି । ସେ ମୋଟ ତିନି ଲକ୍ଷ କୋଡିଏ ହଜାର ଟଙ୍କା ର ପୁରସ୍କାର ରାଶି ଜିତିଥିବା ଜଣାପଡ଼ିଛି । ସେ ମୋଟ 12 ଲକ୍ଷ 50 ହଜାର ଟଙ୍କା ଜିତି ସାରିଥିଲେ । ହେଲେ ଗୋଟିଏ ଭୁଲ୍ ଉତ୍ତର ଦେବାରୁ ତାଙ୍କ ପୁରସ୍କାର ରାଶି କମି 3 ଲକ୍ଷ 20 ହଜାର ଟଙ୍କାରେ ପହଞ୍ଚିଥିଲା ।
ଶ୍ରୀମତୀ ମଲ୍ଲିକଙ୍କ ଘର କଟକ ବଡ଼ମ୍ବା ଅଞ୍ଚଳର । ତାଙ୍କ ସ୍ଵାମୀ ପରମାନନ୍ଦ କଣ୍ଠ ମଧ୍ୟ ଭଦ୍ରକ ପୋଷ୍ଟାଲ ଡିଭିଜନର ଆସିଷ୍ଟାଣ୍ଟ ସୁପରିଟେଣ୍ଡ । ସ୍ୱାମୀଙ୍କ ଘର ବିହାର ଦରଭଙ୍ଗା ଜିଲ୍ଲାରେ । ଶ୍ରୀମତି ମଲ୍ଲିକ ଏବେ ଭଦ୍ରକ ପୋଷ୍ଟାଲ ଡିଭିଜନରେ କାର୍ଯ୍ୟରତ ଥିବା ବେଳେ, ଶ୍ରୀମତୀ ମଲ୍ଲିକ ଛାତ୍ର ଜୀବନରୁ ମେଧାବୀ ଥିବାରୁ ବିଭିନ୍ନ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଦେଖିବା ତାଙ୍କର ହବି ଥିଲା । ଏହାଛଡ଼ା ସାଧରଣ ଜ୍ଞାନ ସମ୍ବଳିତ ପୁସ୍ତକ ପତ୍ର ପତ୍ରିକା ପଢିବାକୁ ସେ ଭଲ ପାଆନ୍ତି ।
ସାକ୍ଷାତ ସମୟରେ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ କେବିସି ହଟସିଟରେ ବସିବା ପାଇଁ ତାଙ୍କୁ ବିଭିନ୍ନ ପର୍ଯ୍ୟାୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପ୍ରଥମେ କଲିକତାରେ ଅନୁଷ୍ଠିତ ଅଡିସନରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ପ୍ରତିଦ୍ଵନ୍ଦୀ ଥିଲେ । ପ୍ରଥମ ପର୍ଯ୍ୟାୟରେ ଲିଖିତ ପରୀକ୍ଷା, ଆତ୍ମ ସମୀକ୍ଷା କରାଯିବା ପରେ ଭିଡିଓ ରାଉଣ୍ଡ କରାଯାଇଥିଲା । ଶେଷ ପର୍ଯ୍ୟାୟରେ ପେନାଲ ରାଉଣ୍ଡ ହୋଇଥିଲା ।
ଗତ ଜୁଲାଇ 18 ତାରିଖରେ ତାଙ୍କୁ ଫୋନ କଲ ଆସିଥିଲା । ଗତ 4 ଓ 7 ତାରିଖରେ ଯୋଗ ଦେବା ପାଇଁ କୁହାଯାଇଥିଲା । ଡାକରା ପାଇବା ପରେ ସେ ତାଙ୍କ ସ୍ୱାମୀଙ୍କ ସହ ବମ୍ବେ ଯାଇ କେବିସିରେ ଅଂଶ ଗ୍ରହଣ କରିଥିଲେ । ଇଶ୍ୱରଙ୍କ ଆଶୀର୍ବାଦରୁ ହଟସିଟ ବସିବାର ସୁଯୋଗ ପାଇଛି । ବିନା ଆଶାରେ ସେ ଅଂଶଗ୍ରହଣ କରି ବିଗ ବି ଅମିତା ବଚ୍ଚନଙ୍କ ସହ ସାକ୍ଷାତ ହେବା ତାଙ୍କ ପାଇଁ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି।