FeaturedLatestNewsPolitics

ନିଜ ରାଜ୍ୟ କଥା ଆଗେ ଚିନ୍ତା କରନ୍ତୁ : ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ୱର (ସଂକେତ ଟିଭି) : ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପ୍ରଥମେ ନିଜ ରାଜ୍ୟକଥା ଚିନ୍ତା କରନ୍ତୁ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ବିଜେପିକୁ ସିଧାସଳଖ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପ୍ରଥମେ ନିଜ ରାଜ୍ୟକଥା ଚିନ୍ତା କରନ୍ତୁ । ସେ କହିଛନ୍ତି, ବିଜେପିର ଅନେକ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀ ଓଡ଼ିଶାକୁ ଆସୁଛନ୍ତି ଏବଂ ସେମାନେ ଓଡ଼ିଶାକୁ ଭାରତରେ ଏକ ନମ୍ବର ରାଜ୍ୟ କରିବ ବୋଲି କହୁଛନ୍ତି । ସମାନ କଥା ସେ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ କହୁଛନ୍ତି । ଏହା ଓଡିଶାର ଲୋକଙ୍କ ପାଇଁ ହାସ୍ୟସ୍ପଦ । ଆସାମ ସିଏମ ଏଠାକୁ ଆସି ଓଡିଶା ନଂ 1 କରିବାକୁ ପ୍ରତିଶୃତି ଦେଇଛନ୍ତି, ଆସାମର ମୁଣ୍ଡପିଛା ଋଣ ଓଡିଶାର ଦୁଇଗୁଣ ଅଟେ, ତେଣୁ ସେ ନିଜ ରାଜ୍ୟରେ ଉପରେ ଅଧିକ ଧ୍ୟାନ ଦେବା ଉଚିତ, ଯାହାକି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆବଶ୍ୟକ କରେ । ଏଣୁ ପ୍ରଥମେ ନିଜ ରାଜ୍ୟକଥା ବୁଝନ୍ତୁ ।

ସେ କହିଛନ୍ତି, ନିର୍ବାଚନ ବେଳେ ଓଡ଼ିଶାକୁ ପଲିଟିକାଲ ଟୁରିଷ୍ଟ ଆସନ୍ତି। କିଛି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ କେବଳ ନିର୍ବାଚନ ସମୟରେ ପଲିଟିକାଲ ଟୁରିଷ୍ଟ ଭଳି ଓଡ଼ିଶା ଆସନ୍ତି, ପରେ ସେମାନେ ଦେଖାଯାଆନ୍ତି ନାହିଁ। ଓଡ଼ିଶାବାସୀଙ୍କ ଉପରେ ବିଜେପିର କେନ୍ଦ୍ରୀୟ ନେତାଙ୍କ ବକ୍ତବ୍ୟର କୌଣସି ପ୍ରଭାବ ପଡ଼ିବ ନାହିଁ। ଦୁର୍ଭାଗ୍ୟର ବିଷୟ ଏହି ନେତାମାନଙ୍କ ମଧ୍ୟରୁ ଅଧିକାଂଶ ଆଶାଳୀନ ଭାଷା ପ୍ରୟୋଗ କରୁଛନ୍ତି। ଯାହାକି ଦୁର୍ଭାଗ୍ୟଜନକ। କିନ୍ତୁ ଏଥିରେ ମୁଁ ବିଶ୍ବାସ କରେନି। ବିଜେପିର ଏଭଳି ଭାଷାକୁ ରାଜ୍ୟବାସୀ ପସନ୍ଦ କରନ୍ତିନି କି ପ୍ରଶୟ ମଧ୍ୟ ଦିଅନ୍ତିନି ବୋଲି ନବୀନ କହିଛନ୍ତି।