EntertainmentLatest

ରିଲିଜ୍ ପୂର୍ବରୁ ମାଲେମାଲ୍ ଫିଲ୍ମ “ପଠାନ୍‌’

ମୁମ୍ବାଇ : (ସଂକେତ୍ ଟିଭି) ଶାହାରୁଖ୍ ଖାନ୍ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ପଠାନ୍‌ ରିଲିଜ ଅପେକ୍ଷାରେ ଦର୍ଶକ । ପଠାନର ଟିଜର ରିଲିଜ ପରେ ଫ୍ୟାନଙ୍କ ମଧ୍ୟରେ କ୍ରେଜ । ଶାହାରୁଖଙ୍କ ଧମାକେଦାର ସ୍ପାଇ ଅବତାର ଫ୍ୟାନ୍ସଙ୍କୁ କରିଛି ପାଗଳ । ଦୀପିକାଙ୍କ ଆକ୍ସନକୁ ଜନ୍‌ ଅବ୍ରାହାମଙ୍କୁ ଭିଲେନ୍ ଭୂମିକାରେ ଦେଖିବା ପରେ ଫ୍ୟାନ୍ସ ଖୁବ୍‌ ଏକ୍ସାଇଟେଡ୍ । ଡିସେମ୍ବରରେ ଫିଲ୍ମର ଦୁଇଟି ଗୀତ “ବେସରାମ ରଙ୍ଗ’ ଏବଂ “ଝୁମେ ଜୋ ପଠାନ’ର ଦୁଇଟି ଗୀତ ରିଲିଜ୍‌ ହୋଇ ସାରିଛି । ଯାହା ହୋଇଛି ଜବରଦସ୍ତ ହିଟ୍‌ୟ ଏହା ଦେଖିବା ପରେ ଇଏ ବି ପକ୍କା ଯେ, ପ୍ରେକ୍ଷାଳୟରେ ରିଲିଜ୍ ପରେ “ପଠାନ୍‌’କୁ ଓଟିଟିରେ ଦର୍ଶକଙ୍କ ଖୁବ୍‌ ଭଲ ପାଇବା ମିଳିବ ବୋଲି ଆଶା କରାଯାଉଛି । ତେଣୁ ପ୍ରତ୍ୟେକ ଓଟିଟି ପ୍ଲାଟଫର୍ମକୁ ଏବେ ଶାହାରୁଖଙ୍କ ଫିଲ୍ମ ଉପରେ ନଜର ।

ବର୍ତ୍ତମାନ ଆସୁଥିବା ରିପୋର୍ଟ ଅନୁଯାୟୀ ଆମାଜନ ପ୍ରାଇମ “ପଠାନ’ର ରାଇଟ୍ସ ପାଇବା ରେସରେ ବାଜି ମାରି ନେଇଛି । ଏଭଳି ରିପୋର୍ଟ ଆସୁଛି ଯେ “ପଠାନ’ର ଓଟିଟି ରାଇଟ୍ସ ବିକ୍ରି ହୋଇସାରିଛି । କୁହାଯାଉଛି ଯେ ଶାହାରୁଖଙ୍କ କମବ୍ୟାକ୍ ଫିଲ୍ମର ଓଟିଟ ରାଇଟ୍ସ କିଣିବାରେ ଆମାଜନ ପ୍ରାଇମ ମାରିନେଇଛି ବାଜି । “ପଠାନ’ର ଓଟିଟି ରାଇଟ୍ସ ପାଇଁ ଆମାଜନ ପ୍ରାଇମ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିଛି । ରିପୋର୍ଟରେ କୁହାଯାଇଛି ଯେ, ଏହି ଫିଲ୍ମ ପାଇଁ ଆମାଜନ ପ୍ରାଇମ ଶନିବାର ଡିଲ୍ ଫାଇନାଲ୍ କରିଛି ।
ଜାନୁୟାରୀ ୨୫ରେ ଫିଲ୍ମ ପଠାନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି । ହେଲେ ଓଟିଟିରେ “ପଠାନ୍‌’ କେବେ ରିଲିଜ୍ ହେବ ସେ ସମ୍ପର୍କରେ କୌଣସି ସୂଚନା ଆସିନାହିଁ ।

କିନ୍ତୁ ଆମାଜନ ପ୍ରାଇମ ଡିଲ ସହ ଜଡିତ ରିପୋର୍ଟରେ କୁହାଯାଇଛି ଯେ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ଆରମ୍ଭରେ “ପଠାନ’ ଓଟିଟି ରେ ମୁକ୍ତିଲାଭ କରିପାରେ । ଶାହାରୁଖ ଖାନଙ୍କ “ପଠାନ’କୁ ନେଇ ବିବାଦ ଥମିବାରେ ନାଁ ନେଉନି । ଫିଲ୍ମର ପ୍ରଥମ ଗୀତ “ବେସରମ ରଙ୍ଗ’ରେ ଦୀପିକା ପାଦୁକୋନଙ୍କ ବିକିନି ରଙ୍ଗକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଏହା ଧାର୍ମିକ ଭାବନାକୁ ଆଘାତ ଦେଉଛି ବୋଲି କୁହାଯାଉଛି । ସୋସିଆଲ ମିଡିଆରେ ଏହି ବିବାଦ ହେତୁ “ପଠାନ’ ଟ୍ରୋଲ ବି ହେଉଛି । କିନ୍ତୁ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ଏକ୍ସସାଇଟମେଣ୍ଟ ଦେଖିଲେ ଏହା ଫିଲ୍ମର ରିଲିଜ ଉପରେ କୌଣସି ପ୍ରଭାବ ପଡ଼ିବନି ବୋଲି ଜଣା ପଡ଼ୁଛି ।