FeaturedLatestNewsPolitics

୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର (ସଂକେତ ଟିଭି) : ନିର୍ବାଚନ ପ୍ରଚାର ପାଇଁ ପୁଣି ଥରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ମେ’ ୬ରେ ମୋଦି ଓଡ଼ିଶା ଆସିବେ ବୋଲି ଜଣାପଡିଛି। ସେଦିନ ସେ ସକାଳ ୧୦ଟା ବ୍ରହ୍ମପୁରରେ ଏକ ଜନସଭାକୁ ସମ୍ବୋଧିତ କରିବେ। ଏହାପରେ ଅପରାହ୍ପ ୧୨.୩୦ରେ ସେ ନବରଙ୍ଗପୁରରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁରରେ ମେ ୧୩ ତାରିଖରେ ମତଦାନ ହେବାକୁ ଥିବାବେଳେ ୧୧ତାରିଖରେ ପ୍ରଚାର ଶେଷ ହେବ। ତେଣୁ ଶେଷ ମୁହୂର୍ତ୍ତରେ ମୋଦୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଦଳ ନିଷ୍ପତ୍ତି ନେଇଛି।