FeaturedLatestNewsPolitics

ଆସିଲା ବିଜେଡିର ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ବର (ସଂକେତ ଟିଭି) : ବିଜୁ ଜନତା ଦଳ ୨୦୨୪ ସାଧାରଣ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି । ବିଜେଡି ଆଜି ୫ ଲୋକସଭା ଆସନ ଓ ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ଆଜି ଘୋଷଣା ହୋଇଥିବା ୫ ଲୋକସଭା ଆସନ ପ୍ରାର୍ଥୀଙ୍କ ମଧ୍ୟରେ ବଲାଙ୍ଗିରରୁ ସୁରେନ୍ଦ୍ର ସିଂ ଭୋଇ, ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ,ବରଗଡ଼ରୁ ପରିଣୀତା ମିଶ୍ର, ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର, କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ସେହିପରି ଆଜି ଘୋଷଣା ହୋଇଥିବା ୨୭ ବିଧାନସଭା ଆସନ ପ୍ରାର୍ଥୀଙ୍କ ମଧ୍ୟରେ ଆସିକାରୁ ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁରରୁ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ , ପାରଳାଖେମୁଣ୍ଡିରୁ ରୂପେଶ ପାଣିଗ୍ରାହୀ, ମୋହନାରୁ ଅନ୍ତର୍ଯ୍ୟାମୀ ଗମାଙ୍ଗୋ, ପଟାଙ୍ଗୀରୁ ପ୍ରଫୁଲ୍ଲ ପାଙ୍ଗୀ, ତଳସରାରୁ ବିନୟ ଟପ୍ପୋ, ସୁନ୍ଦରଗଡ଼ରୁ ଯୋଗେଶ ସିଂହ , ବ୍ରଜରାଜନଗରରୁ ଅଳକା ମହାନ୍ତି, ଝାରସୁଗୁଡ଼ାରୁ ଦୀପାଳି ଦାସ, ରାଜଗାଙ୍ଗପୁରରୁ ଅନୀଲ ବାର୍ଲା, ବଡ଼ସାହିରୁ ଅନସୂୟା ପାତ୍ର, ଯଶୀପୁରରୁ ଚକ୍ରଧର ହେମ୍ବ୍ରମ୍‌, ଉଦଳାରୁ ଶ୍ରନାଥ ସୋରେନ୍‌, ମୋରଡ଼ାରୁ ପ୍ରୀତିନନ୍ଦା କାନୁନଗୋ, ସୋରରୁ ମାଧବ ଧଡା , ଆଠମଲ୍ଲିକରୁ ନଳିନୀ ପ୍ରଧାନ, ବୀରମହାରାଜପୁରରୁ ପଦ୍ମନାଭ ବେହେରା , ଖଡ଼ିଆଳରୁ ଅଧିରାଜ ପାଣିଗ୍ରାହୀ, ଫୁଲବାଣୀରୁ ଜୟଶ୍ରୀ କହଁର, ମାହାଙ୍ଗାରୁ ଅଙ୍କିତ ପ୍ରତାପ ଜେନା, ତିର୍ତ୍ତୋଲରୁ ରମାକାନ୍ତ ଭୋଇ , ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱର ଉତ୍ତରରୁ ସୁଶାନ୍ତ ରାଉତ, ଏକାମ୍ରରୁ ଅଶୋକ ପଣ୍ଡା, ଖଲ୍ଲିକୋଟରୁ ସୂର୍ଯ୍ୟମଣି, ବଣାଇରୁ ଭୀମସେନ ଚୌଧୁରୀ, ବାରିପଦାରୁ ସାନନ୍ଦ ମାରାଣ୍ଡି ବୈଦ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି।