BusinessFeaturedGeneralLatest

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ (ସଂକେତ ଟିଭି) : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପୁଣିଥରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି । ଲଗାତାର ୭ ଥର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆଣିବା ଉପରେ ଏହାର ଧ୍ୟାନ ରହିଥିବାରୁ ଆରବିଆଇ ରେପୋ ହାରକୁ ୬.୫୦% ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେପଟେ ଆଜି କାର୍ଡଲେସ୍ କ୍ୟାସ୍ ଡିପୋଜିଟ୍ ର ସଫଳତାକୁ ଦେଖି ଆରବିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଏବେ ଏଟିଏମରେ ଟଙ୍କା ଜମା କରିବା ପାଇଁ ଆପଣଙ୍କୁ ଡେବିଟ୍ କାର୍ଡର ଆବଶ୍ୟକତା ପଡିବ ନାହିଁ । ବର୍ତ୍ତମାନ ସୁଦ୍ଧା କାର୍ଡଲେସ୍ ଡିପୋଜିଟ୍ ର ସୁବିଧା ଅନେକ ବ୍ୟାଙ୍କ ପ୍ରଦାନ କରୁଥିବା ବେଳେ ଆରବିଆଇ ଆଉ ଏକ ପାଦ ଆଗକୁ ଯାଇ ୟୁପିଆଇରୁ ଟଙ୍କା ଜମା କରିବାର ସୁବିଧା ଯୋଡ଼ିଛି।

କିନ୍ତୁ ଏହା କିପରି କାର୍ଯ୍ୟ କରିବ ସେ ନେଇ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ। ପରବର୍ତ୍ତୀ ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ସ୍ପଷ୍ଟ ଗାଇଡଲାଇନ ଜାରି କରାଯିବ ଓ ତାପରେ ବ୍ୟାଙ୍କମାନେ ଏହି ସେବା ଆରମ୍ଭ କରିବେ ।