LatestNewsPolitics

ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ କୁଡୁମୀ ନେତା ଛୋଟେଲାଲ ମହାନ୍ତ

ବାରିପଦା (ସଂକେତ ଟିଭି) : ବିଜେପି ନେତା ତଥା କୁଡୁମୀ ନେତା ଛୋଟଲାଲ ମହାନ୍ତ ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉଦ୍ଦେଶ୍ୟରେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏନେଇ ଶୁକ୍ରବାର ବାରିପଦାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ପ୍ରଦାନ କରିଛନ୍ତି ।

ଛୋଟଲାଲ ଗତ ୩୮ବର୍ଷ ଧରି ବିଜେପି ଦଳର ଜଣେ ସଭ୍ୟ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ରାଜ୍ୟବ୍ୟାପି ପ୍ରୟାସ କରିଛନ୍ତି। ରାଷ୍ଟ୍ରୀୟ ସ୍ବୟଂ ସେବକ ଦଳର ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ପ୍ରଚାରକ ଭାବେ ୧୯୮୦ମସିହାରେ ନିଜର ସାଙ୍ଗଠନିକ କାର୍ଯ୍ୟ ଆରମ୍ଭ କରିଥିଲେ। ବିଜେପି ଦଳର ବିଭିନ୍ନ ରାଜ୍ୟ ଓ ଜିଲ୍ଲା ସାଙ୍ଗଠନିକ ଦାୟିତ୍ବ ନିର୍ବାହ କରୁଥିବା ବେଳେ ବର୍ତ୍ତମାନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଛୋଟଲାଲ ଦାୟିତ୍ୱରେ ରହିଥିଲେ।

ସାଙ୍ଗଠନିକ ଦାୟିତ୍ବକୁ ଅତ୍ୟନ୍ତ ନିଷ୍ଠାର ନିର୍ବାହ କରିଥିବା ସତ୍ତ୍ୱେ ତାଙ୍କୁ ଦଳରେ ଉପେକ୍ଷା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ସେ ଜିଲ୍ଲାର ଜଣେ କୁଡୁମୀ ନେତା ଭାବେ ପରିଚିତ ଥିବା ବେଳେ ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଆଶାୟୀ ରହିଥିଲେ। କିନ୍ତୁ ଗତ ସାଧାରଣ ନିର୍ବାଚନରୁ ତାଙ୍କୁ ଟିକେଟ ପ୍ରଦାନ କରିବାରେ ଦଳ ଉପେକ୍ଷା କରିଛି। ଦୁଃଖ ପରିତାପର ବିଷୟ ଯେ ଓଡିଶାର ୪୦ଲକ୍ଷ କୁଡୁମୀ (ମହାନ୍ତ) ସମାଜର କୌଣସି ବ୍ୟକ୍ତିଙ୍କୁ ବିଜେପି ପକ୍ଷରୁ ଚଳିତ ୨୦୨୪ ନିର୍ବାଚନରେ କୈାଣସି ସ୍ଥାନରୁ ନିର୍ବାଚନ ଲଢିବାର ସୁଯୋଗ ଦିଆଗଲା ନାହିଁ। ଯାହାକୁ ସେ ଛୋଟଲାଲ ଦୃଢ ଭାବରେ ବିରୋଧ କରି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।