FeaturedLatestNews

ରାଜ୍ୟରେ ୨ ଏସପି ଓ ଜଣେ ଡିସିପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ

ଭୁବନେଶ୍ବର (ସଂକେତ ଟିଭି) : ରାଜ୍ୟରେ ଦୁଇ ଜଣ ଏସପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିବାକୁ ଭାରତୀୟ ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି । ଚଳିତ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏସପି ଭାବେ କାର୍ଯ୍ୟ କରିବେ ଏହି ବରିଷ୍ଠ ଆଇପିଏସ୍ । ଏହି ୩ ଅଧିକାରୀଙ୍କୁ କଟକ, ଅନୁଗୁଳ ଓ ରାଉରକେଲା ଏସପି ଭାବେ ଦାୟିତ୍ୱ ମିଳିଛି । କଟକ ଡିସିପି ଭାବେ ପ୍ରକାଶ ଆର୍‌ ଙ୍କୁ ନିଯୁକ୍ତି ମିଳିଥିବା ବେଳେ, ବ୍ରିଜେଶ କୁମାର ରାୟ ହେଲେ ରାଉରକେଲାର ଏସପି । ଏଥିସହ ଉମାଶଙ୍କର ଦାଶଙ୍କୁ ମିଳିଛି ଅନୁଗୁଳ ଏସପି ଦାୟିତ୍ୱ ।

କିଛି ଦିନ ତଳେ ନିର୍ବାଚନ କାର୍ଯ୍ୟକ୍ରମରେ ପକ୍ଷପାତିତା କରୁଥିବା ଅଭିଯୋଗରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଓଡ଼ିଶାର ଜଣେ ଆଇଜି, ୨ ଜିଲ୍ଲାପାଳ ଓ ୫ ଏସପିଙ୍କୁ ନିର୍ବାଚନ ଦାୟିତ୍ୱରୁ ତୁରନ୍ତ ହଟେଇବା ଲାଗି ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ କମିସନ । ସେମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ରେଞ୍ଜ ପୁଲିସ୍ ଆଇଜି ଆଶୀଷ ସିଂଙ୍କ ସମେତ ଜଗତସିଂହପୁର ଓ କଟକ ଜିଲ୍ଲାପାଳ ଏବଂ ୫ ପୁଲିସ ଏସପି ଥିଲେ । ଏହି ଖାଲି ଥିବା ପଦବୀ ମଧ୍ୟରୁ ୩ ଡିଏସ୍‌ପି ପଦବୀ ଆଜି ପୂରଣ ହୋଇଛି । ଆଉ ଅବଶିଷ୍ଟ ୨ ଜିଲ୍ଲାପାଳ, ୩ ଏସପି ଓ କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ଆଇଜି ପଦବୀ ଫାଙ୍କା ଥିବା ବେଳେ ଉକ୍ତ ପଦବୀରେ ଖୁବ୍‌ ଶୀଘ୍ର ନିଯୁକ୍ତି ହେବ ବୋଲି ଜଣାଯାଇଛି ।

ନିର୍ବାଚନ ସଠିକ ଢଙ୍ଗରେ ପରିଚାଳନା କରୁନଥିବା ସେଣ୍ଟ୍ରାଲ ରେଞ୍ଜ ଆଇଜି ଆଶିଷ କୁମାର ସିଂ, ଦୁଇ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ପାରୁଲ ପଟ୍ଟବାରୀଙ୍କୁ ହଟେଇ ଥିଲେ । ସେହିପରି ଅନୁଗୋଳ ଏସପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ, ଖୋର୍ଦ୍ଧାର ଏସପି ଜୁଗୋଳ କିଶୋର ବନୋଥ, ରାଉଲକେଲା ଏସପି ମିତ୍ରଭାନୁ ମହାପାତ୍ର ଓ ସୁନ୍ଦରଗଡ ଏସପି କନବର ବିଶାଳ ସିଂଙ୍କୁ ନିର୍ବାଚନ କାର୍ଯ୍ୟରୁ ମୁକ୍ତ କରି ଅନ୍ୟାନ୍ୟ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା