CulturalFeaturedLatest

୧୦୭୫ ବର୍ଷ ପରେ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ

ଭୁବନେଶ୍ବର : (ସଂକେତ ଟିଭି) ଏହି ସପ୍ତାହରେ ବ୍ରହ୍ମାଣ୍ଡରେ ଅତ୍ୟନ୍ତ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି । ଯାହାକୁ ଖୋଲା ଆଖିରେ ଦେଖା ଯାଇପାରିବ । ଏହି ସପ୍ତାହରେ ଶନି, ମଙ୍ଗଳ, ଶୁକ୍ର ଏବଂ ବୃହସ୍ପତି କ୍ରମାଗତ ଭାବରେ ରହିବେ । ଏହା ପୂର୍ବରୁ ଏହି ଦୃଶ୍ୟ ୯୪୭ ଖ୍ରୀଷ୍ଟାବ୍ଦରେ ଦେଖାଯାଇଥିଲା । ସୂର୍ଯ୍ୟ ଉଦୟ ହେବାର ଏକ ଘଣ୍ଟା ପୂର୍ବରୁ ପୂର୍ବ ଆକାଶରେ ଏହି ସଂଯୋଗ ଦେଖାଯିବ ।

ପଠାଣୀ ସାମନ୍ତ ତାରାମଣ୍ଡଳ ଗ୍ରହ ପ୍ୟାରେଡର ଉପ ନିର୍ଦ୍ଦେଶକ ଡକ୍ଟର ଏସ୍ ପଟ୍ଟନାୟକ କହିଛନ୍ତି, ଏହି ସପ୍ତାହରେ ପ୍ୟାରେଡରେ ଶନି, ମଙ୍ଗଳ, ଶୁକ୍ର ଏବଂ ବୃହସ୍ପତି କ୍ରମାଗତ ଭାବେ ରହିବେ । ପୂର୍ବରୁ ଏହି ବିରଳ ସଂଯୋଗ ୯୪୭ ଖ୍ରୀଷ୍ଟାବ୍ଦରେ ଘଟିଥିଲା । ଏହାକୁ ଖାଲି ଆଖିରେ ଦେଖିବାକୁ ମିଳେ । ଏହି ସଂଯୋଗ ସୂର୍ଯ୍ୟ ଉଦୟ ହେବାର ଏକ ଘଣ୍ଟା ପୂର୍ବରୁ ପୂର୍ବ ଆକାଶରେ ଦୃଶ୍ୟମାନ ହେବ । ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ ଅର୍ଥାତ୍ ଇକ୍ୟୁଏଟର ଲାଇନର ଉପର ଅଂଶର ଦେଶ ଏହି ସୁନ୍ଦର ଦୃଶ୍ୟକୁ ଦେଖି ।ରିବେ । ଏହି ଦୃଶ୍ୟ ଭାରତରେ ମଧ୍ୟ ଦେଖାଯାଇପାରିବ । କିନ୍ତୁ ସେହି ସମୟରେ ଆକାଶ ପ୍ରଦୂଷଣମୁକ୍ତ ରହିବା ଦରକାର ।