LatestNewsPolitics

ଶୀମୟୀଙ୍କୁ ଅପରାଜିତାଙ୍କ କଟାକ୍ଷ , କହିଲେ ଯୋ ଡରଗୟା, ୱ ମରଗୟା

ଭୁବନେଶ୍ବର (ସଂକେତ ଟିଭି) : ବିଜେଡି ନେତ୍ରୀ ଶ୍ରିମୟୀ ମିଶ୍ରଙ୍କୁ ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ କଟାକ୍ଷ କରି ଫିଲ୍ଲ ସୋଲେ ର ଡାୟଲଗ୍ କହିଛନ୍ତି ”ଯୋ ଡରଗୟା, ୱ ମରଗୟା”(ଯିଏ ଡରିଗଲା ସିଏ ମରିଗଲା) ।

ପୂର୍ବରୁ ଶ୍ରିମୟୀ ମିଶ୍ରଙ୍କୁ ଭୁବନେଶ୍ୱର ଲୋକ ସଭା ଆସନର ଟିକେଟ ଦିଆଯିବ ଏବଂ ସେ ଅପରାଜିତାଙ୍କୁ ସିଧାସଳଖ ଟକ୍କର ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ଶ୍ରିମୟୀ ମିଶ୍ରଙ୍କୁ ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଟିକେଟ୍ ମିଳିନାହିଁ। ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡିରୁ ଟିକେଟ୍ ମିଳିଛି।

ଏହାପରେ ଅପରାଜିତା ଶ୍ରୀମୟୀଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରିଛନ୍ତି । ସେ କହିଛନ୍ତି ”ବିଗତ କିଛି ଦିନ ହେବ ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଯାଉଥିବା କୁହାଯାଉଥିଲା। ଏମିତିକି ସମ୍ପୃକ୍ତ ମହିଳା ବି ବିଭିନ୍ନ ଅଞ୍ଚଳରେ ବୁଲାବୁଲି ଆରମ୍ଭ କରିଥିଲେ। ଏବେ ସମ୍ପୃକ୍ତ ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି । ଜଣେ ମହିଳାଙ୍କୁ ହଟାଯାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯିବା ଉଚିତ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଏହାଛଡ଼ା ବିଜେଡି ଉଦ୍ଦେଶ୍ୟରେ ଅପରାଜିତା ଚର୍ଚ୍ଚିତ ଗବର ସିଂ ଡାଏଲଗ ବି କହିଛନ୍ତି । ”ଯୋ ଡରଗୟା, ୱ ମରଗୟା”(ଯିଏ ଡରିଗଲା ସିଏ ମରିଗଲା) ।