EntertainmentLatest

କିନ୍ନର ଭୂମିକାରେ ନଜର ଆସିବେ ନୱାଜୁଦ୍ଦିନ ସିଦ୍ଦିକ

ମୁମ୍ବାଇ : (ସଂକେତ୍ ଟିଭି) ନୱାଜୁଦ୍ଦିନ ସିଦ୍ଦିକି ଖୁବ୍‌ଶୀଘ୍ର ଫିଲ୍ମ ‘ହଡ୍ଡି’ରେ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ । ଏହି ଟ୍ରାନ୍ସଜେଣ୍ଡର ଭୂମିକା ପାଇଁ ନୱାଜୁଦ୍ଦିନ କଠିନ ପରିଶ୍ରମ କରିଛନ୍ତି । ଅଭିନେତା ମଧ୍ୟ ଏହି କଠିନ ପରିଶ୍ରମର ଫଳ ପାଇବା ଆରମ୍ଭ କରିଛନ୍ତି । ସମ୍ପ୍ରତି ‘ହଡ୍ଡି’ର ନିର୍ମାତା ଫିଲ୍ମରୁ ନୱାଜୁଦ୍ଦିନଙ୍କ ଆଉ ଏକ ଲୁକ୍ ପୋଷ୍ଟର ସେୟାର କରିଛନ୍ତି । ଏହି ଲୁକ୍ ପୋଷ୍ଟରରେ ଅଭିନେତା କିନ୍ନର ଗୋଷ୍ଠୀରେ କ୍ୟାମେରା ଆଡକୁ ଚାହିଁଥିବାର ନଜର ଆସିଛନ୍ତି ।

ଏହି ପୋଷ୍ଟରରେ ଅଭିନେତା ଆଖିରେ ଗାଢ କାଜଲ, ଓଠରେ ଡାର୍କ ଲିପଷ୍ଟିକ୍‌, କପାଳରେ ବିନ୍ଦି ଏବଂ କାନରେ କାନଫୁଲ ପିନ୍ଧିଥିବା ଦେଖାଯାଇଛି । ଏହି ଲୁକ୍‌ରେ ଅଭିନେତାଙ୍କୁ ଚିହ୍ନିବା ଦର୍ଶକଙ୍କ ପାଇଁ ମୁସ୍କିଲ୍ ହୋଇପଡିଛି । ଏଥିସହିତ କିନ୍ନରଙ୍କ ସହ କାମ କରିବାର ମଜାଳିଆ ଅନୁଭୂତି ଅଭିନେତା ସେୟାର କରିଛନ୍ତି । ଏହି ଲୁକ୍ ପୋଷ୍ଟର ସହିତ ନୱାଜୁଦ୍ଦିନ କହିଛନ୍ତି, ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ କାମ କରିବା ସହିତ ସେଟ୍‌ରେ ସମାନ ଚରିତ୍ର କରିବା ମୋ ପାଇଁ କୌଣସି ସ୍ୱପ୍ନଠାରୁ କମ୍ ନୁହେଁ । ଗୋଲ୍ଡେନ୍ ବର୍ଡରର ସବୁଜ ବନାରସୀ ଶାଢ଼ିରେ ନୱାଜୁଦ୍ଦିନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

୨୦୨୩ରେ ହଡ୍ଡି ବଡ ପରଦାରେ ରିଲିଜ୍‌ ହେବାକୁ ପ୍ରସ୍ତୁତ । ଅଭିନେତାଙ୍କୁ ଏହି ଚରିତ୍ରରେ ଦେଖିବାକୁ ଫ୍ୟାନ୍ସ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିରହିଛନ୍ତି । ହଡ୍ଡିର ପୋଷ୍ଟର ଦର୍ଶକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇଛି ।