FeaturedLatestNewsPolitics

ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଲେ ନବୀନ

ଭୁବନେଶ୍ବର(ସଂକେତ ଟିଭି): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିର ପରାଜୟ ନେଇ ମୁହଁ ଖୋଲିଛନ୍ତି । ଏହା ସହିତ ସେ ରାଜ୍ୟରେ ବିଜେଡିର ପରାଜୟ ପରେ ଭିକେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରାଯିବାକୁ ନେଇ ନିନ୍ଦା କରିଛନ୍ତି । ସେ ପାଣ୍ଡିଆନ୍‌ଙ୍କୁ କ୍ଲିନ୍‌ଚିଟ୍ ଦେଇଛନ୍ତି। ସେ କହିଛନ୍ତି ପାଣ୍ଡିଆନ୍‌ଙ୍କୁ ନେଇ ଚାଲିଥିବା ସମାଲୋଚନାକୁ ମୁଁ ନିନ୍ଦା କରୁଛି ।

ସେ କହିଛନ୍ତି ପରାଜୟକୁ ସାଦରେ ଗ୍ରହଣ କରୁଛୁ ଗଣତନ୍ତ୍ରରେ ଏମିତି ହାର୍ ଜିତ୍ ଲାଗିରୁହେ । ଓଡ଼ିଶା ବାସୀଙ୍କୁ ବହୁତ ବହୁତ ଧନ୍ୟବାଦ । ମୋତେ ଦୀର୍ଘ ବର୍ଷ ମୋତେ ଶାସନ କରିବାକୁ ସୁଯୋଗ ଦେଇଥିବାରୁ ।ଓଡ଼ିଶାର ସାଢେ ୪ କୋଟି ଜନତାଙ୍କ ସେମାନଙ୍କ ଆଶିର୍ବାଦ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି । ଆମ ସରକାରଙ୍କ ଉପଲବ୍ଧକୁ ନେଇ ଗର୍ବିତ । ପରାଜୟ ପରେ ମୁଁ ମୋର ସେବା ଜାରି ରଖିବି । ମୋ ପରିବାର ଓ ମୁଁ ସେମାନଙ୍କ ସେବା ଜାରି ରଖିବୁ ।

କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି । କହିଲେ, ସେ ନିର୍ବାଚନ ଲଢ଼ି ନାହାନ୍ତି କି କୌଣସି ଦଳୀୟ ପଦବିରେ ନାହାନ୍ତି । ପାଣ୍ଡିଆନ ସ୍ବାସ୍ଥ୍ୟ, ଶିକ୍ଷା ଓ ମନ୍ଦିର ରୂପାନ୍ତରଣରେ ଭଲ କାର୍ଯ୍ୟ କରିଥିଲେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ବାତ୍ୟା ଓ କୋଭିଡ୍ କାଳରେ ପାଣ୍ଡିଆନ ବହୁତ ଭଲ କାମ କରିଥିବା କଥା ମଧ୍ୟ ଦୋହରାଇଛନ୍ତି ନବୀନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ବାସ୍ଥ୍ୟ ସଂପୂର୍ଣ୍ଣ ଭାବେ ଭଲ ଅଛି ।