FeaturedLatestNews

ଆଇପିଏସ୍ ଆଶିଷ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ବର(ସଂକେତ ଟିଭି): ସ୍ୱାସ୍ଥ୍ୟକୁ ନେଇ ଭୁଲ ତଥ୍ୟ ଦେଇଥିବାରୁ ଆଇପିଏସ୍ ଆଶିଷ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ ନିର୍ଦେଶ ଦେଇଛନ୍ତି । ମେଡିକାଲ ଯାଂଚ ପାଇଁ ଗଠିତ ଏମ୍ସ ମେଡିକାଲ ବୋର୍ଡର ରିପୋର୍ଟ ଆସିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି ।

ଏମସ ମେଡିକାଲ ବୋର୍ଡର ରିପୋର୍ଟ ଅନୁସାରେ ଆଶିଷ ସିଂହ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ଅଛନ୍ତି । ପୂର୍ବରୁ ନିର୍ବାଚନ ସମୟରେ ସେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଯାଇଥିଲେ । ଛୁଟିରେ ଯାଇ ସେ ନିର୍ବାଚନରେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ପରେ ଭାରତୀୟ ନିର୍ବାଚନ କମିଶନ ଏମସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ୱର ଏମସ ପକ୍ଷରୁ ଏକ ମେଡିକାଲ ବୋର୍ଡ ଗଠନ କରି ଆଶିଷ ସିଂହ ସ୍ୱାସ୍ଥ୍ୟବସ୍ଥା ଯାଂଚ କରି ସୁସ୍ଥ ଥିବା ରିପୋର୍ଟ ଦିଆଯାଇଛି ।

ସେପଟେ ବରିଷ୍ଠ ଆଇପିଏସ ଡିଏସ କୁଟେଙ୍କ ନିଲମ୍ବନକୁ ହଟାଯାଇଛି । ନିଲମ୍ବନ ହଟିବା ପରେ ଆଗାମୀ ପୋଷ୍ଟିଂ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ ମୁଖ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ତେବେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିବ ବୋଲି ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି ।